ଭୁବନେଶ୍ବର : ଗୋଟିଏ କ୍ଲିକ୍‌ରେ ଏମ୍‌ସରେ ଚିକିତ୍ସାଧୀନ କୋଭିଡ୍‌ ଆକ୍ରାନ୍ତଙ୍କ ବିଷୟରେ ଜାଣିପାରିବେ ପରିବାର, ବନ୍ଧୁ। ଏଥିପାଇଁ ଶୁକ୍ରବାରଠାରୁ ଓ୍ବେବସାଇଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସେଥିରେ ପ୍ରତ୍ୟେକ ଦିନ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କିତ ତଥ୍ୟ ଅପଡେଟ୍‌ କରାଯିବ। ଏଥିରେ ତାଙ୍କର ଅମ୍ଳଜାନ ସ୍ତର, ତାପମାତ୍ରା ସମେତ ବିଭିନ୍ନ ବିଷୟରେ ସୂଚନା ରହିବ। କୌଣସି ରୋଗୀଙ୍କୁ ନେଇ ପରିଜନଙ୍କ ସନ୍ଦେହ ହେଲେ, ସେଥିରେ ଦିଆଯାଇଥିବା ନମ୍ବରରେ ବିସ୍ତୃତ ସୂଚନା ପାଇବେ।

ସୂଚନା ଅନୁଯାୟୀ, ଏମ୍‌ସ ଭୁବନେଶ୍ବରରେ ବର୍ତ୍ତମାନ ୧୯୫ ରୋଗୀ ଓ୍ବାର୍ଡରେ, ୪୩ ଆଇସିୟୁରେ ରହିଛନ୍ତି। ଆଇସିୟୁ ଶଯ୍ୟା ସଂଖ୍ୟା ୫୪କୁ ବୃଦ୍ଧି କରାଯାଇଛି। ଥରେ ଜଣେ ରୋଗୀ ଭର୍ତ୍ତି ହୋଇଗଲେ, ତାଙ୍କ ବିଷୟରେ ସୂଚନା ପାଇଁ ପରିବାର‌ଲୋକଙ୍କୁ ନାକେଦମ୍ ହବାକୁ ପଡ଼ୁଛି। ରୋଗୀଙ୍କ ସମ୍ପର୍କରେ ସୂଚନା ପାଇଁ ସ୍ବତନ୍ତ୍ର ଟେଲିଫୋନ୍‌ ନମ୍ବର ଦିଆଯାଇଥିଲେ ମଧ୍ୟ ଏହାକୁ ନେଇ ମଧ୍ୟ ପରିଜନମାନେ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି। ଏତେସଂଖ୍ୟକ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବାରେ ମଧ୍ୟ ଅନେକ ସମୟରେ ତ୍ରୁଟି ହେଉଥିବା ଅଭିଯୋଗ ହେଉଛି। ତେଣୁ ପରିଜନଙ୍କ ସୁବିଧା ପାଇଁ ଏମ୍‌ସ ଓ୍ବେବ୍‌ସାଇଟ୍‌ରେ ରୋଗୀଙ୍କ ଅବସ୍ଥା(ପେସେଣ୍ଟ କଣ୍ଡିସନ)ଏକ ଲିଙ୍କ ବ୍ୟବସ୍ଥା କରାଯାଉଛି।

The post ଗୋଟିଏ କ୍ଲିକ୍‌ରେ ମିଳିବ ଏମ୍‌ସର ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ସୂଚନା first appeared on Sambad.

from କରୋନା | Sambad https://ift.tt/3oxs7aM