
ପୁରୁଣା ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଅନେକଙ୍କ ଜୀବନ ନେଇଛି। ହେଲେ ଏହାରି ଭିତରେ କରୋନାକୁ ହରାଇ ସୁସ୍ଥ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଯାହା କରୋନା ସଂକ୍ରମିତ ହେବା ପରେ ମନୋବଳ ହରାଇ ଭାଙ୍ଗିପଡ଼ୁଥିବା ଲୋକଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ବର ଅଞ୍ଚଳରେ।
ଏକାମ୍ରକ୍ଷେତ୍ର ଅଞ୍ଚଳର ପରିଚିତ ଯୁବନେତା ଅମୀୟ ଦାଶ(୫୦)ଙ୍କର ଜ୍ବର ହୋଇଥିଲା। ପୂର୍ବରୁ ଡାଇବେଟିସ୍ ଥିବାରୁ ୨ଜଣ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ବିଭିନ୍ନ ପରୀକ୍ଷା କରାଇବା ସହ କୋଭିଡ୍ ପରୀକ୍ଷା କରିଥିଲେ। ତାଙ୍କର କୋଭିଡ୍ ପଜିଟିଭ୍ ବାହରିଥିଲା। ଦେହ ଅଧିକ ଅସୁସ୍ଥ ହେବାରୁ ସେ ଏମ୍ସ ହସ୍ପିଟାଲ କୋଭିଡ୍ ୱାର୍ଡରେ ଭର୍ତି ହୋଇଥିଲେ। ଅମ୍ଳଜାନ ସ୍ତର କମ୍ ଥିବାରୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଗତ ଏପ୍ରିଲ ୩୦ ତାରିଖରୁ ୧୭ ଦିନ ପର୍ଯ୍ୟନ୍ତ ଚିକିତ୍ସାଳୟରେ ରହିଥିଲେ। ସେଥିରୁ ୧୫ ଦିନ ଆଇସିୟୁରେ ରହିବା ସହ ୮ଦିନ ଭେଣ୍ଟିଲେଟର୍ରେ ରହିଥିଲେ। ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ରୀ ଦାଶ ପ୍ରଥମ ଲହରରେ ମଧ୍ୟ କୋଭିଡ୍ ଆକ୍ରାନ୍ତ ହୋଇଥିଲେ। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷର କୋଭିଡ୍ ଅଧିକ ମାରାତ୍ମକ ବୋଲି ଶ୍ରୀ ଦାଶ କହିଛନ୍ତି। ସାହସ ଓ ସକାରାତ୍ମକ ଭାବନା ଦ୍ବାରା କୋଭିଡ୍କୁ ହରାଇପାରିବା ବୋଲି ସେ କହିଛନ୍ତି। ତାଙ୍କର ଡାଇବେଟିସ୍ ଥିବାରୁ ସେ ଅଧିକ ଗୁରୁତର ହୋଇଥିଲେ ସତ, କିନ୍ତୁ ସେ କରୋନାରୁ ସୁସ୍ଥ ହେବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିଛି।
The post କରୋନାକୁ ହରାଇଲେ ଯୁବ ନେତା, ୧୭ଦିନ ପରେ ହସ୍ପିଟାଲରୁ ଫେରିଲେ first appeared on Sambad.from କରୋନା | Sambad https://ift.tt/33Z7U4e
0 Comments