ବ୍ୟାସନଗର : ବ୍ୟାସନଗରସ୍ଥିତ କାନାରା ବ୍ୟାଙ୍କର କର୍ମଚାରୀ ପ୍ରସନ୍ନ କୁମାର ବିଶ୍ବାଳ(୫୪)ଙ୍କ ବୁଧବାର ଦିନ କରୋନାରେ ମୃତ୍ୟୁ ହୋଇଛି। ଦୀର୍ଘବର୍ଷ ଧରି ବ୍ୟାସନଗର ଶାଖାରେ କିରାଣି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବିଶ୍ବାଳ ୧୦ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଗୃହ ସଂଗରୋଧରେ ରହିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁରଟାଉନ କୋଭିଡ ସେଣ୍ଟରକୁ ନିଆଯାଇଥିଲା। ପରେ ଡୁବୁରିସ୍ଥିତ ଟାଟା ମେଡିକା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁୁ ସେଠାରେ ବେଡ ନଥିବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଶ୍ରୀ ବିଶ୍ବାଳଙ୍କୁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବୁଧବାର ମଧ୍ୟାହ୍ନ ୧୨ଟାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶ୍ରୀ ବିଶ୍ବାଳଙ୍କ ଘର ବରୀ ବ୍ଲକ୍‌ର ଅଟିରା ଗ୍ରାମରେ। ସେ ବ୍ୟାସନଗରର କହ୍ନେଇପୁର ଠାରେ ଘର କରି ରହୁଥିଲେ। ପ୍ରକାଶ ଯେ, ୪ଦିନ ପୂର୍ବରୁ ବ୍ୟାସନଗରସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖାର ସୁରକ୍ଷା କର୍ମଚାରୀ ଦୁର୍ଗା ଦାସଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା।

The post କରୋନାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3yqUZ9h