
ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରର ଆତଙ୍କ ଭିତରେ କିଛିଟା ଆଶ୍ବସ୍ତିକର ଖବର ଆସୁଛି। ଭୁବନେଶ୍ବରର ୟୁନିଟ୍-୨ ଅଞ୍ଚଳର ୯୦ ବର୍ଷୀୟା ବୃଦ୍ଧା ବାଉରୀ ସାହୁ କରୋନାକୁ ପରାସ୍ତ କରିଛନ୍ତି। ସେ ଗତ ୩ ତାରିଖରେ କୋଭିଡ୍ ଆକ୍ରାନ୍ତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍ର ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ଆଜି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ବାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।
The post କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା first appeared on Sambad.from କରୋନା | Sambad https://ift.tt/3hvPMqz
0 Comments