ଦାଦନ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତ; ତିନି ଗ୍ରାମରେ ୩୪ ଜଣଙ୍କର ଆଣ୍ଟିଜେନ ପରୀକ୍ଷା, ୩ ପଜିଟିଭ ଚିହ୍ନଟ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ତିନି ଗୋଟି ଗ୍ରାମକୁ ଦାଦନ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେମାନଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି। ମାଲପଡାରେ ୧୭ ଗୋଟି ଆଣ୍ଟିଜେନ ଏବଂ ୧୦ ଗୋଟି ଭିଟିଏମ ପରୀକ୍ଷା ବି କରାଯାଇଅଛି। ସବୁ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି।

ସେହିପରି ଚାଟିଆଗୁଡା ଗ୍ରାମରେ ମଧ୍ୟ ୧୦ ଜଣଙ୍କ ଆଣ୍ଟିଜେନ ପରୀକ୍ଷା ଏବଂ ୧୫ ଗୋଟି ଭିଟିଏମ ପରୀକ୍ଷା କରାଯାଇଅଛି। ସବୁ ଯାକ ନେଗେଟିଭ ରହିଅଛି। ଝାରବନ୍ଦରେ ୭ ଗୋଟି ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସିନପାଲି ବ୍ଲକକୁ ୨୪ ଜଣ ବିଜୟୱାଡା ଏବଂ ମାଲକାନଗିରିରୁ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସିନାପାଲି ତହାସିଲଦାର ଲୋକନାଥ ଶବର, ଅତିରିକ୍ତ ତାହାସିଦାର ଲକ୍ଷ୍ମଣ ମାଝୀ, କରୋନାର ନୋଡାଲ ଚାର୍ଜରେ ଥିବା ଆୟୁଷ ଡାକ୍ତର ଭୈରବ ପାଣିଗ୍ରାହୀଙ୍କ ସହ ପୁଲିସ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

The post ଦାଦନ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତ; ତିନି ଗ୍ରାମରେ ୩୪ ଜଣଙ୍କର ଆଣ୍ଟିଜେନ ପରୀକ୍ଷା, ୩ ପଜିଟିଭ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3hrqUA7

Post a Comment

0 Comments