ନୂଆଦିଲ୍ଲୀ: ୨ ରୁ ୧୮ ବୟସବର୍ଗଙ୍କ ଶରୀରରେ ‘କୋଭାକ୍ସିନ୍‌’ ଟିକା ପରୀକ୍ଷା ବିପକ୍ଷରେ ରୁଜୁ ଜନସ୍ବାର୍ଥ ମାମଲାର ରାୟ ଶୁଣାଇ ଆଜି ଦିଲ୍ଲୀ ହାଇକୋର୍ଟ

କେନ୍ଦ୍ର ସରକାର ଓ ଭାରତ ବାୟୋଟେକ୍‌ଙ୍କୁ ନୋଟିସ୍ ଜାରି କରିଛନ୍ତି।

ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ ରୁ ୧୮ ବୟସବର୍ଗଙ୍କ ଶରୀରରେ କୋଭିଡ୍-୧୯ ନିରୋଧୀ ‘କୋଭାକ୍ସିନ୍‌’ ଟିକା ପରୀକ୍ଷା ପାଇଁ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ‘ଭାରତ ବାୟୋଟେକ୍‌’କୁ ଦେଇଥିବା ଅନୁମତିକୁ ରଦ୍ଦ କରିବା ନିମନ୍ତେ ଉପରୋକ୍ତ ଜନସ୍ବାର୍ଥ ମାମଲା ଜାରି କରାଯାଇଥିଲା।

Image Courtesy of NDTV

ଜୁଲାଇ ୧୫ ତାରିଖ ସୁଦ୍ଧା ଏହି ପିଟିସନ୍‌ର ବିପକ୍ଷରେ ଯୁକ୍ତି ଦାଖଲ ପାଇଁ ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଏବଂ ବିଚାରପତି ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଭାରତ ବାୟୋଟେକ୍‌କୁ ନୋଟିସ୍‌ ଜାରି କରିଛନ୍ତି।

ଟିକାର ନୈଦାନିକ ପରୀକ୍ଷା ନିମନ୍ତେ ମେ ୧୨ ତାରିଖ ଦିନ ମଞ୍ଜୁର ହୋଇଥିବା ଅନୁମତି ଉପରେ ରହିତାଦେଶ ଜାରି କରିବା ଲାଗି ଆବେଦନକାରୀ ସଞ୍ଜୀବ କୁମାର ନିବେଦନ କରିଥିଲେ। କିନ୍ତୁ, ତାହା ଉପରେ କୌଣସି ପ୍ରକାରର ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିବା ଲାଗି ଅଦାଲତ ମନା କରିଦେଇଥିଲେ।

ସୂଚନାଯୋଗ୍ୟ, ୫୨୫ଜଣ ସ୍ବାସ୍ଥ୍ୟବାନ୍‌ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯିବ।

The post ୨ ରୁ ୧୮ ବୟସବର୍ଗଙ୍କ ଶରୀରରେ ‘କୋଭାକ୍ସିନ୍‌’ ଟିକା ପରୀକ୍ଷା ବିପକ୍ଷରେ ରୁଜୁ ଜନସ୍ବାର୍ଥ ମାମଲାର ରାୟ ଶୁଣାଇ କେନ୍ଦ୍ର ସରକାର ଓ ଭାରତ ବାୟୋଟେକ୍‌ଙ୍କୁ ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ first appeared on Sambad.

from କରୋନା | Sambad https://ift.tt/3tVbrLf