
ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍ ଯୋଗଣ ପ୍ରକ୍ରିୟା କ୍ଷିପ୍ରତର କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଉପାୟ କରବା ସହ ବିଦେଶରୁ ୫,୮୦୫ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଆମଦାନି କରିବ ବୋଲି ମଙ୍ଗଳବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି।
ସରକାର ଦେଶରେ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି କରିଛନ୍ତି ଏବଂ ‘ପିଏମ୍ କେୟାର୍ ଫଣ୍ଡ୍’ଦ୍ବାରା ୧ଲକ୍ଷ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଖରିଦ କରିବେ ବୋଲି ମଙ୍ଗଳବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।
ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଆମଦାନି ହେବାକୁ ଥିବା ୫,୮୦୫ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ରୁ ୩୪୪୦ ମେଟ୍ରିକ୍ ଟନ୍ ସଂଯୁକ୍ତ ଆରବ ଏମିରେଟ୍, ୧୫୦୫ ମେଟ୍ରିକ୍ ଟନ୍ କୁଏତ୍, ୬୦୦ ମେଟ୍ରିକ୍ ଟନ୍ ଫ୍ରାନ୍ସ୍, ୨୦୦ ମେଟ୍ରିକ୍ ଟନ୍ ସିଙ୍ଗାପୁର ଏବଂ ୬୦ ମେଟ୍ରିକ୍ ଟନ୍ ବାହାରିନ୍ରୁ ଆସିବ।
ଅକ୍ସିଜେନ୍ ଯୋଗାଣ ବୃଦ୍ଧି ନିମନ୍ତେ ମଧ୍ୟ ବହୁବିଧ ବ୍ୟବସ୍ଥା କରାଯାଇଛି। ଉତ୍ପାଦନ ବୃଦ୍ଧି ନିମନ୍ତେ ୧,୬୧୯ ‘ପ୍ରେସର୍ ସ୍ବିଙ୍ଗ୍ ଆଡ୍ସର୍ପସନ୍’ ପ୍ଲାଣ୍ଟ୍ ଚାଲୁ କରାଯାଇଛି। ଟ୍ୟାଙ୍କର୍ ସଂଖ୍ୟା ବୃଦ୍ଧି ପାଇଁ ୪୦୮ଟି ନାଇଟ୍ରୋଜେନ୍ ଏବଂ ଆର୍ଗନ୍ ଟ୍ୟାଙ୍କ୍ରୁ ଆବଶ୍ୟକମତେ ପରିବର୍ତ୍ତନ କରାଯାଉଛି। ବିଦେଶରୁ ୧୦୧ଟି ଟ୍ୟାଙ୍କର୍ ଆମଦାନି ହୋଇଛି ଏବଂ ଆଉ ୧୫୦ଟି ଆମଦାନି କରାଯିବ। ସ୍ବଦେଶରେ ଅନ୍ୟୂନ ୧୦୦ଟି ଟ୍ୟାଙ୍କର୍ ନିର୍ମାଣ କରାଯାଉଛି। ଯୋଗାଣ କ୍ଷିପ୍ରତର କରିବା ଲାଗି ରେଳଗାଡ଼ି ଓ ବିମାନ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କର୍ ପରିବହନ ହେଉଛି ବୋଲି ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟ କହିଛି।
The post ୫ଟି ଦେଶରୁ ୫,୮୦୫ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଆମଦାନି କରିବ ଭାରତ first appeared on Sambad.
from କରୋନା | Sambad https://ift.tt/3f74gdE
0 Comments