
୧୩୫୩ ଆକ୍ରାନ୍ତ, ୯୩୮ସୁସ୍ଥ, ୨ ମୃତ
ପଟିଆରୁ କେବଳ ୧୧୬ ଆକ୍ରାନ୍ତ
ଲକ୍ଷ୍ମୀସାଗର, ଝାରପଡ଼ା, ସରକାରୀ କ୍ବାର୍ଟର୍ସ ଅଞ୍ଚଳ ଅଣାୟତ୍ତ
ଭୁବନେଶ୍ବର : ଦୈନିକ ଆକ୍ରାନ୍ତ ଚିହ୍ନଟରେ ରାଜଧାନୀ ନୂଆ ରେକର୍ଡ କରିଛି। ରବିବାର ସର୍ବାଧିକ ୧୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ଦିନ ତଳେ ୧୨୯୪ଜଣ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିଲେ। ଆଜି ଏହା ସବୁ ରେକର୍ଡ ଭାଙ୍ଗିଛି। ୯୩୮ଜଣ ସୁସ୍ଥ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି।
ରବିବାର ରାଜଧାନୀରୁ ଚିହ୍ନଟ ହୋଇଥିବା ୧୩୫୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୧୧୩୫ଜଣ ସ୍ଥାନୀୟ ସଂକ୍ରମିତ। ଚିନ୍ତାର ବିଷୟ ପାଲଟିଛି ପଟିଆ। ଏଠାରୁ ପ୍ରତିଦିନ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ୧୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଏବେ ଘରେ ଘରେ ଘରେ ଆକ୍ରାନ୍ତ ଛାଇଗଲେଣି। ସେହିପରି ଲକ୍ଷ୍ମୀସାଗର, ଝାରପଡ଼ା, ଡୁମଡୁମା, ନୂଆପଲ୍ଲୀ, ୟୁନିଟ-୬, ୟୁନିଟ-୯, ୟୁନିଟ-୮ରେ ଏବେ ଆକ୍ରାନ୍ତ ଛାଇଗଲେଣି। ଏଠାରୁ ଏବେ ପ୍ରତିଦିନ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ରବିବାର ଝାରପଡ଼ାରୁ ୪୨ଜଣ, ଖଣ୍ଡଗିରିରୁ ୫୦, ଡୁମଡୁମାରୁ ୫୪, ଲକ୍ଷ୍ମୀସାଗରରୁ ୬୧, ବଡ଼ଗଡ଼ରୁ ୨୯, ଚନ୍ଦ୍ରଶେଖରପୁରରୁ ୩୪, ବରମୁଣ୍ଡାରୁ ୩୩, ନୀଳାଦ୍ରିବିହାରରୁ ୨୮, ୟୁନିଟ-୮ରୁ ୨୭, ଜୟଦେବ ବିହାରରୁ ୨୬, ମଞ୍ଚେଶ୍ବରରୁ ୧୯, ପୁରୁଣା ଭୁବନେଶ୍ବରରୁ ୬୬, ସହିଦନଗରରୁ ୪୨, ରସୁଲଗଡ଼ରୁ ୪୩, ପଳାସପଲ୍ଲୀରୁ ୨୬, ୟୁପିଟ-୬ରୁ ୨୫, ପୋଖରୀପୁଟରୁ ୨୩, ପାତ୍ରପଡ଼ାରୁ ୨୯, ୟୁନିଟ-୯ରୁ ୩୦, ଟଙ୍କପାଣି ରୋଡରୁ ୨୦, ନୂଆପଲ୍ଲୀରୁ ୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ ଦୈନିକ ସଂକ୍ରମଣରେ ରେକର୍ଡ first appeared on Sambad.from କରୋନା | Sambad https://ift.tt/33PUAz8
0 Comments