
ପୁରୀ: କରୋନା ମହାମାରୀ ଓ ଧାର୍ମିକ ସମାବେଶ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାକୁ କେବଳ ପରମ୍ପରା ତଥା ବିଧି ରକ୍ଷା ନିମନ୍ତେ ସର୍ବନିମ୍ନ ସେବାୟତ ମାନଙ୍କ ଉପସ୍ଥିତିରେ ପାଳନ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏଥି ନିମନ୍ତେ ଶ୍ରୀ ମନ୍ଦିର ଫାଣ୍ତି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ, ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ସହ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଚଳିତ ମାସ ୧୫ ତାରିଖ ଅପରାହ୍ନ ୩ ଘଟିକା ଠାରୁ ଆସନ୍ତ ଜୁନ ମାସ ୪ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ବିଧିପାଳନ ଓ ରୀତିକାନ୍ତି ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷ ମାସ୍କ ପରିଧାନ ଓ ଯଥାବିଧି ସାମାଜିକ ଦୂରତ୍ବ ରକ୍ଷା କରିବେ।
ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଯାରି ରହିବ । ପ୍ରଶାସନ ପକ୍ଷରୁ ପାସ୍ ପ୍ରଦାନ କରାଯାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରବେଶାନୁମତି ଦିଆଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳ ଶ୍ରୀ ଭବାରଣ ସାହୁ ଏଭଳି କଟକଣା ଜାରି କରିଛନ୍ତି । ଏଥିନିମନ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
The post କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା first appeared on Sambad.from କରୋନା | Sambad https://ift.tt/3fgJrwy
0 Comments