
ଭୁବନେଶ୍ବର : ପ୍ରଥମେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ କରୋନା ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ଟିକାକରଣ ସାର୍ବଜନୀନ ହୋଇ ସାରିଲାଣି। ଅଥଚ ବିଏମ୍ସି ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଟିକା ମିଳୁନି। ସେ ମାସେ ହେଲା ଟିକା ପାଇଁ ବିଏମ୍ସି ହସ୍ପିଟାଲକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି। ଯଦି ଏଠାରେ ଜଣେ ଡାକ୍ତର ଏଭଳି ଅବହେଳାର ଶିକାର ହେଉଛନ୍ତି, ତେବେ ସାଧାରଣଲୋକ କି’ ସେବା ପାଉଥିବେ, ତାହା ଜଳଜଳ ଦିଶୁଛି।
ମିଳିଥିବା ସୂଚନା ମୁତାବକ ବିଏମ୍ସି ହସ୍ପିଟାଲରେ ଡାକ୍ତର ଭାବେ ନିଯୁକ୍ତି ପାଇଛନ୍ତି ଡ. ଭୀଷ୍ମ ଆଚାର୍ଯ୍ୟ। ସେ ମାସେ ହେଲା ଉଦ୍ୟମ କରି ମଧ୍ୟ ଟିକା ନେଇ ପାରୁନାହାନ୍ତି। ଏନେଇ ଡା. ଆଚାର୍ଯ୍ୟ କୁହନ୍ତି ଯେ ସେ ମାସେ ହେଲା ଟିକା ନେବା ପାଇଁ କହୁଛନ୍ତି। ଅଥଚ ଟିକା ଦାୟିତ୍ବରେ ଥିବା ବାବୁ ଆଜିକାଲି କହି ସମୟ ଗଡ଼ାଉଛନ୍ତି। ଏନେଇ ଚିକିତ୍ସାଳୟ ସୁରକ୍ଷା କମିଟିର ସମ୍ପାଦକ ଜ୍ଞାନ ପ୍ରକାଶ ପାଲ୍ ଉଦ୍ବେଗ ପ୍ରକାଶ କରିଛନ୍ତି ଓ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏନେଇ ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ମିଳୁନି ଯେଉଁଠି, ସେଠାରେ ଅନ୍ୟମାନଙ୍କୁ କି ସ୍ବାସ୍ଥ୍ୟ ସେବା ମିଳୁଛି, ସହଜରେ ଅନୁମେୟ। ତେବେ ଏନେଇ ମୁଖ୍ୟ ଚିକିତ୍ସାଧିକାରୀ ଜିତେନ୍ଦ୍ର ମୋହନ ବେବର୍ତା କହିଛନ୍ତି ଯେ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ କାର୍ଯ୍ୟ କରାଯାଉଛି।
The post ବିଏମ୍ସି ହସ୍ପିଟାଲରେ କରୋନା ଯୋଦ୍ଧା ନିରାଶ first appeared on Sambad.from କରୋନା | Sambad https://ift.tt/2QJ4Iqx
0 Comments