ନବରଙ୍ଗପୁର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବରଙ୍ଗପୁର ଓ ଜୟପୁର ଗସ୍ତ କରିଛନ୍ତି। ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ନବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ ଶାସନର ଏହି ଦୁଇ ପ୍ରମୁଖ ଅଧିକାରୀ । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କିଟ ହାଉସରେ ଏକ ବୈଠକ କରିଛନ୍ତି । ଏଠାରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଏସପି ପହଲ୍ଲାଦ ସାହାଇ ମିନା ଏବଂ ନବରଙ୍ଗପୁର ସିଡିଏମଓ ଶୋଭାରାଣୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ଉଭୟେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଥିଲେ ।
ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବାବେଳେ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀ ସନ୍ତୁଷ୍ଟ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଜିଲ୍ଲାରେ ଖୁବ ଶୀଘ୍ର ୬ଶହ ନମୁନା ପରୀକ୍ଷା କରିବା ସହ ଦୁଇମାସ ଭିତରେ ଅକ୍ସିଜେନ୍ ପ୍ଲାଣ୍ଟ କରିବାକୁ ଯୋଜନା ହୋଇଛି। ଜିଲ୍ଲାକୁ ୧୦ ହଜାର ଟିକା ଦେବାପାଇଁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହାପରେ ଦୁଇ ଅଧିକାରୀ ଜୟପୁର ଗସ୍ତ କରିଛନ୍ତି। ଏଠାରେ ମଧ୍ୟ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି।
The post ନବରଙ୍ଗପୁର ଓ ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ first appeared on Sambad.from କରୋନା | Sambad https://ift.tt/2SMcctu
0 Comments