ନୂଆଦିଲ୍ଲୀ, ୨୫/୫: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ପ୍ରଭାବ ଏବେ ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ରାଜ୍ୟରେ କରୋନା ପଜିଟିଭିଟି ହାର (ମୋଟ ଟେଷ୍ଟିଂର ପଜିଟିଭ୍‌ ପ୍ରତିଶତ) ଯଥେଷ୍ଟ କମିବା ବଡ଼ ଆଶ୍ବସ୍ତିର କାରଣ ପାଲଟିଛି। ଆଜି ଦେଶରେ ପଜିଟିଭିଟି ହାର ୯.୫୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟାଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସକ୍ରିୟ ମାମଲା ମଧ୍ୟ ବହୁତ କମିଛି ଏବଂ ଏହା ୨୬ ଲକ୍ଷରୁ ତଳକୁ ଖସିଛି। ମହାରାଷ୍ଟ୍ରର ୧୮ଟି ଜିଲ୍ଲାରେ ପଜିଟିଭିଟି ହାର ଜାତୀୟ ହାର ତୁଳନାରେ ଯଥେଷ୍ଟ ଅଧିକ ରହୁଥିବାରୁ ସେଠାରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ହୋମ୍‌ ଆଇସୋଲେସନ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି ଏବଂ ଅଧିକ କୋଭିଡ୍‌ କେୟାର ସେଣ୍ଟର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଂଗ, କର୍ଣ୍ଣାଟକ, କେରଳ ସମେତ ୧୫ଟି ରାଜ୍ୟରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ‌ଥିବାରୁ କେନ୍ଦ୍ର ସରକାର ଏହି ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ଅବଲମ୍ବନ କରିଛନ୍ତି। ଏବେ ଦେଶର ୩୦୩ ଜିଲ୍ଲାରେ ପଜିଟିଭିଟି ହାର ୫ରୁ ୧୫ ପ୍ରତିଶତ ଭିତରେ ରହିଥିବା ବେଳେ ସ୍ଥିତିରେ ଦ୍ରୁତ ସୁଧାର ହେଉଥିବା ଜଣାପଡ଼ିଛି।

The post ପଜିଟିଭିଟି ହାର ୯.୫୪କୁ ଖସିଲା: ମହାରାଷ୍ଟ୍ରର ୧୮ ଜିଲ୍ଲାରେ ହୋମ୍‌ ଆଇସୋଲେସନ ମନା first appeared on Sambad.

from କରୋନା | Sambad https://ift.tt/3fjxg2Z