ଶିଶୁମାନେ ବେଶୀ ସଂକ୍ରମିତ ହେବାର କାରଣ ନାହିଁ: ଡା. ଆରୋରା

ନୂଆଦିଲ୍ଲୀ: ଆଗକୁ ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ଭୀଷଣ ମାତ୍ରାରେ ସଂକ୍ରମିତ ହେବେ ବୋଲି ସେଭଳି କିଛି କାରଣ ନାହିଁ। ତଥାପି ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ନାସନାଲ ଟେକ୍ନିକାଲ୍‌ ଆଡଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌(ଣ୍ଟାଗି) ଅଧ୍ୟକ୍ଷ ଡା. ଏନ୍‌ କେ ଆରୋରା ପରାମର୍ଶ କରିଛନ୍ତି। ବର୍ତ୍ତମାନ ଦେଶରେ ସଂକ୍ରମଣ ବିଭୀଷିକା ରଚାଇଥିବା କରୋନାଭୂତାଣୁର କୌଣସି ରୂପାନ୍ତରରୁ ତାହା ଯୁବଗୋଷ୍ଠୀ ଅଥବା ଶିଶୁମାନଙ୍କୁ ବେଶୀ ପ୍ରଭାବିତ କରିବାର ସୂଚନା ନାହିଁ ବୋଲି ସେ କହିଛନ୍ତି। ତେବେ ସଂଖ୍ୟା ଦୃଷ୍ଟିରୁ ଅଧିକ ଜଣାପଡୁଥିବା

ଏହି ଦୁଇ ବର୍ଗ ପ୍ରତି ସମସ୍ତଙ୍କର ନିଘା ରହିବା ସ୍ବାଭାବିକ। ଅପରପକ୍ଷେ, ବର୍ତ୍ତମାନ ସ୍ଥିତିରେ ସେଭଳି କିଛି ତୃତୀୟ ଲହର ସଂକ୍ରମଣ ସମ୍ପର୍କରେ ପୂର୍ବାନୁମାନ କରିବା ମଧ୍ୟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେହିପରି ଆମ ନିଜ ଦେଶରୁ ମିଳିଥିବା ଅନୁଭୂତି ଓ ଅନ୍ୟାନ୍ୟ ଦେଶର ମହାମାରୀ ରେକର୍ଡରୁ ଆଗାମୀ ସପ୍ତାହମାନଙ୍କରେ ଅଥବା ନୂତନ ଲହରରେ ଶିଶୁମାନେ ଅସମାନୁପାତିକ ଭାବେ ବେଶୀ ସଂକ୍ରମଣର ଶିକାର ହେବାର କୌଣସି କାରଣ ନାହିଁ ବୋଲି ଡା. ଆରୋରା ସ୍ପଷ୍ଟ କରିଛନ୍ତି।

The post ଶିଶୁମାନେ ବେଶୀ ସଂକ୍ରମିତ ହେବାର କାରଣ ନାହିଁ: ଡା. ଆରୋରା first appeared on Sambad.

from କରୋନା | Sambad https://ift.tt/3vnRH4G

Post a Comment

0 Comments