
ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଆବଶ୍ୟକ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି। ମୁଖ୍ୟତଃ ଯେଉଁସବୁ ଅଞ୍ଚଳରେ ଟେଷ୍ଟିଂ ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ଆସୁଛି ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କମିସନର ଦିବ୍ୟଜ୍ୟୋତି ପରିଡ଼ା।
‘‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଲୋକଙ୍କୁ ଭୟଭୀତ କରିବାକୁ କରାଯାଉ ନାହିଁ। ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ୟାପୁଥିବା କୋଭିଡ୍ ସଂକ୍ରମଣକୁ ସେହି ସ୍ଥାନରେ ସୀମିତ କରି ରଖିବା। ଘର ଘର ବୁଲି ଟେଷ୍ଟିଂ କରିବା ସହ ଯେଉଁ ଜାଗାରେ ପଜିଟିଭ୍ ମାମଲା ଆସୁଛି ସେମାନଙ୍କୁ ଗୃହସଙ୍ଗରୋଧରେ ରଖିବା। ଏହି ସମୟରେ ମହାନଗର ନିଗମ ପକ୍ଷରୁ ରାପିଡ ରେସପନ୍ସ ଟିମ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରି ଲୋକଙ୍କୁ ଆବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି। ତେଣୁ ମାଇକ୍ରୋ କଣ୍ଟେନମେଣ୍ଟର ମୂଳ ଲକ୍ଷ୍ୟ ହେଉଛି ସଂପୃକ୍ତ ଅଞ୍ଚଳକୁ ଏକ ପ୍ରକାର ଆବଦ୍ଧ କରି କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ କରିବା ବୋଲି କହିଛନ୍ତି କମିସନର।
The post ରାଉରକେଲାକୁ କୋଭିଡମୁକ୍ତ କରିବା ପାଇଁ ଆବଶ୍ୟକ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି : କମିସନର first appeared on Sambad.from କରୋନା | Sambad https://ift.tt/3eImUJN
0 Comments