
ନୂଆଦିଲ୍ଲୀ: ଅଧିକ ସଂଖ୍ୟକ କୋଭିଡ୍-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକ ଆହୁରି ୬ ରୁ ୮ ସପ୍ତାହ ଲକ୍ଡାଉନ୍ରେ ରହିବା ଉଚିତ। ଦ୍ରୁତ ସଂକ୍ରମଣଶୀଳ ଏହି ରୋଗକୁ ଦମନ କରିବାକୁ ତାହା ଆବଶ୍ୟକ ବୋଲି ‘ଦି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ କହିଛି।
ଏକ ସାକ୍ଷାତ୍କାର ସମୟରେ ‘ଆଇସିଏମ୍ଆର୍’ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ପରୀକ୍ଷା ହେଉଥିବା ନମୁନାର ୧୦%ରୁ ଅଧିକ ପଜିଟିଭ୍ ବାହାରୁ ଥିବା ଜିଲ୍ଲାଗୁଡ଼ିକୁ ଲକ୍ଡାଉନ୍ କଟକଣା ମଧ୍ୟରେ ରଖାଯିବା ଉଚିତ।
ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋର୍ ସମେତ ସମ୍ପ୍ରତି ଭାରତର ୭୧୮ ଜିଲ୍ଲାର ଏକଚତୁର୍ଥାଂଶରେ ‘ପଜିଟିଭ୍’ ହାର ୧୦%ରୁ ଅଧିକ ରହିଛି।
ଭାରତରେ କୋଭିଡ୍-୧୯ ସଙ୍କଟ ଆୟତ୍ତ କରିବା ଲାଗି ‘ଲକ୍ଡାଉନ୍’ର ସମୟ ଅବଧି କେତେ ଦୀର୍ଘ ହେବା ଉଚିତ, ତାହା ପ୍ରଥମ କରି ଜଣେ ବରିଷ୍ଠ ସରକାରୀ କର୍ମଚାରୀ ଦର୍ଶାଇଛନ୍ତି। ମୋଦୀ ସରକାରଙ୍କୁ ସମାଲୋଚନା ନ କଲେ ବି ଭାର୍ଗବ କହିଛନ୍ତି ଯେ, ସଙ୍କଟ ମୁକାବିଲା କରିବାରେ ସାମାନ୍ୟ ବିଳମ୍ବ ହୋଇଯାଇଛି।
ଅର୍ଥନୀତି ଉପରେ କୁପ୍ରଭାବ ପଡୁଥିବାରୁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିବାରୁ ଦୂରେଇ ରହିବା ସହ ରାଜ୍ୟ ସରକାରମାନଙ୍କ ଉପରେ ସେ ଦାୟିତ୍ବ ନ୍ୟସ୍ତ କରିଛନ୍ତି।
The post କୋଭିଡ୍ ସଂକ୍ରମଣ ରୋକିବାକୁ ଦେଶର ଅଧିକାଂଶ ଜିଲ୍ଲା ୬ ରୁ ୮ ସପ୍ତାହ ‘ଲକ୍ଡାଉନ୍’ରେ ରହିବା ଉଚିତ: ‘ଆଇସିଏମ୍ଆର୍’ ମୁଖ୍ୟ first appeared on Sambad.from କରୋନା | Sambad https://ift.tt/3hjnwHC
0 Comments