ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ 

ଭୁବନେଶ୍ବର: ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ଜଣେ ୫୩ ବର୍ଷୀୟା ମହିଳା, ଜଣେ ୫୩ ବର୍ଷିୟ ପୁରୁଷ  ଓ ୩୭ ବର୍ଷିୟ ପୁରୁଷ  ଅଛନ୍ତି।

ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ଜଣେ ୩୬ ବର୍ଷିୟ ପୁରୁଷ, ବରଗଡ଼ ଜିଲ୍ଲାର ଜଣେ ୪୨ ବର୍ଷିୟ ପୁରୁଷ, ଭୁବନେଶ୍ବରର ଜଣେ ୭୫ ବର୍ଷିୟ ପୁରୁଷ, ବଲାଙ୍ଗୀର ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା, ବୌଦ୍ଧ ଜିଲ୍ଲାର ଜଣେ ୬୫ ବର୍ଷିୟ ପୁରୁଷ, ଗଞ୍ଜାମ ଜିଲ୍ଲାର ଜଣେ ୨୯ ବର୍ଷିୟ ପୁରୁଷ, ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷିୟ ପୁରୁଷ, କଳାହାଣ୍ଡି ଜିଲ୍ଲାର ଜଣେ ୫୪ ବର୍ଷିୟ ପୁରୁଷ, ମାଲକାନଗିରି ଜିଲ୍ଲାର ଜଣେ ୪୫ ବର୍ଷୀୟା ମହିଳା, ନୂଆପଡ଼ା ଜିଲ୍ଲାର ଜଣେ ୩୫ ବର୍ଷିୟ ପୁରୁଷ, ପୁରୀ ଜିଲ୍ଲାର ଜଣେ ୯୧ ଓ ଅନ୍ୟଜଣେ ୫୨ ବର୍ଷିୟ ପୁରୁଷ, ରାୟଗଡ଼ା ଜିଲ୍ଲାର ଜଣେ ୭୫ ବର୍ଷିୟ ପୁରୁଷ, ସମ୍ବଲପୁର ଜିଲ୍ଲାର ଜଣେ ୪୭ ବର୍ଷିୟ ପୁରୁଷ ଓ ଅନ୍ୟଜଣେ ୫୮ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୮ ବର୍ଷିୟ ପୁରୁଷ ଓ ଅନ୍ୟଜଣେ ୫୧ ବର୍ଷୀୟା ମହିଳା ଥିବା ଜଣାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ  first appeared on Sambad.

from କରୋନା | Sambad https://ift.tt/33EPmWK

Post a Comment

0 Comments