
ନୂଆଦିଲ୍ଲୀ: କୋଭିଡ୍-୧୯ରେ ଆକ୍ରାନ୍ତ ରୋଗୀମାନଙ୍କୁ ସାହାଯ୍ୟ କରିବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏକ ‘ମେଡିକାଲ୍ ଆଡ୍ଭାଇଜରି ହେଲ୍ପ୍ ଲାଇନ୍’ର ଶୁଭାରମ୍ଭ କରିଛନ୍ତି।
ଟୁଇଟ୍ କରି ରାହୁଲ୍ ଗାନ୍ଧୀ ଲେଖିଛନ୍ତି, ଦେଶବାସୀଙ୍କୁ ସାହାଯ୍ୟ କରିବା ଲାଗି ଭାରତ ଏକଜୁଟ ହେବା ଆବଶ୍ୟକ। ଆମେ ‘ହେଲୋ ଡକ୍ଟର୍’ ନାମରେ ଏକ ‘ମେଡିକାଲ୍ ଆଡ୍ଭାଇଜରି ହେଲ୍ପ୍ ଲାଇନ୍ ଆରମ୍ଭ କରିଛୁ। ଡାକ୍ତରୀ ପରାମର୍ଶ ପାଇଁ ଦୟାକରି +919983836838କୁ ଫୋନ୍ କରନ୍ତୁ।
କୋଭିଡ୍-୧୯ ବିରୋଧୀ ମୁକାବିଲାରେ ଯୋଗ ଦେବା ପାଇଁ ମଧ୍ୟ ସେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି। ଡାକ୍ତରୀ ପରାମର୍ଶ ଲୋଡୁଥିବା ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବା ନିମନ୍ତେ ରାହୁଲ୍ ସେମାନଙ୍କୁ ଅନୁରୋଧ କରିଛନ୍ତି।
ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ରାହୁଲ୍ କହିଛନ୍ତି, ସମଗ୍ର ଭାରତର କୋଭିଡ୍ ରୋଗୀମାନଙ୍କ ପାଇଁ ଫୋନ୍ କଲ୍ ଗ୍ରହଣ କରି ନିଜ ନିଜର ପାରଦର୍ଶିତା ବଳରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ଏଭଳି ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଆମ ସମସ୍ତଙ୍କ ଠାରୁ ଦେଶ ସମବେଦନା, ସାହାଯ୍ୟ ଏବଂ ଆଶା ଆବଶ୍ୟକ କରୁଛି। ଯଦି ଆପଣ ଜଣେ ଡାକ୍ତର, ରୋଗୀଙ୍କୁ ପରାମର୍ଶ ଦେବା ଲାଗି ‘ଏଆଇସିସି’ଦ୍ବାରା ଆରମ୍ଭ କରାଯାଇଥିବା ‘ହେଲୋ ଡକ୍ଟର୍’ରେ ଦୟାପୂର୍ବକ ପଞ୍ଜିକରଣ କରାନ୍ତୁ।
କୋଭିଡ୍ ସଂଗ୍ରାମ ନିମନ୍ତେ ଡାକ୍ତରମାନେ ନିଜ ନିଜର ରାଜ୍ୟ, ପରାମର୍ଶ ଦେବାର ସମୟ ଏବଂ ଦିନ ଆଦି ଉଲ୍ଲେଖ କରିପାରିବେ।
ଆଜି ବିଶ୍ବ ରେକର୍ଡ କରିବା ଭଳି ଭାରତରେ ୪ ଲକ୍ଷରୁ ଊର୍ଦ୍ଧ୍ବ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଏବଂ ସେ ଜନିତ ୩,୫୦୦ ମୃତ୍ୟୁ ରେକର୍ଡ ହେବା ବେଳେ ରାହୁଲ୍ ଗାନ୍ଧୀ ଉପରୋକ୍ତ ହେଲ୍ପ୍ ଲାଇନ୍ ଖୋଲିଛନ୍ତି।
The post କୋଭିଡ୍ ରୋଗୀଙ୍କ ପାଇଁ ‘ହେଲୋ ଡକ୍ଟର୍’ ମେଡିକାଲ୍ ହେଲ୍ପ୍ଲାଇନ୍ ଆରମ୍ଭ କରି ଏଥିରେ ଯୋଗ ଦେବାକୁ ଡାକ୍ତରମାନଙ୍କୁ ନିବେଦନ କଲେ ରାହୁଲ୍ ଗାନ୍ଧୀ first appeared on Sambad.from କରୋନା | Sambad https://ift.tt/3gSdoFr
0 Comments