ନୂଆଦିଲ୍ଲୀ: କୋଭିଡ୍‌-୧୯ ସଙ୍କଟ ମୁକାବିଲା ଏବଂ ‘କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ର ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ଅଗ୍ରୀମ ଭାବେ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ରିଲିଜ୍‌ କରିଛି।

କୋଭିଡ୍‌-୧୯ ‘‌କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ନିମନ୍ତେ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ୫୦% ବ୍ୟବହାର କରିପାରିବେ। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ କରି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିବା ସମୟରେ ସରକାର ଏହି ପାଣ୍ଠି ରିଲିଜ୍‌ କରିଛନ୍ତି।

ଏ ସଂକ୍ରାନ୍ତରେ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଜୁନ୍‌ ମାସରେ ମିଳୁଥିବା ପ୍ରଥମ କିସ୍ତିକୁ କେନ୍ଦ୍ର ସରକାର ଆଗୁଆ କରି ରାଜ୍ୟମାନଙ୍କ ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ରିଲିଜ୍‌ କରିଛନ୍ତି। ୮,୮୭୩ କୋଟି ଟଙ୍କାର ଅଧା ୪,୪୩୬ କୋଟି ଟଙ୍କା କୋଭିଡ୍‌-୧୯ ‘କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପରେ ବ୍ୟବହାର କରାଯାଇ ପାରିବ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି।

Image Courtesy of The Times of India

ଗୃହ ବ୍ୟାପାର ମନ୍ତ୍ରାଳୟର ସୁପାରିସକ୍ରମେ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା ଭାବେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଆଗୁଆ କରି ଏହି ପାଣ୍ଠି ରିଲିଜ୍‌ କରିଛି।

ଅର୍ଥ କମିସନ୍‌ଙ୍କ ସୁପାରିସ ଆଧାରରେ ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ପ୍ରଥମ କିସ୍ତି ସାଧାରତଃ ଜୁନ୍‌ ମାସରେ ରିଲିଜ୍‌ କରାଯାଇଥାଏ। କିନ୍ତୁ, ରାଜ୍ୟମାନେ କୋଭିଡି-୧୯ ବିସ୍ତାର ଭଳି ଭୀଷଣ ସଙ୍କଟର ମୁକାବିଲା କରୁଥିବାରୁ ବିଧିଗତ ବ୍ୟବହାରିକ ପ୍ରମାଣପତ୍ରକୁ ଅପେକ୍ଷା ନ କରାଯାଇ ଏହି ଅର୍ଥରାଶି ରିଲିଜ୍‌ କରାଯାଇଛି।

Image Courtesy of India Today

ଡାକ୍ତରଖାନାରେ ଅକ୍ସିଜେନ୍‌ ପ୍ରସ୍ତୁତି ଓ ସଂରକ୍ଷଣ ପ୍ଲାଣ୍ଟ୍‌, ଭେଣ୍ଟିଲେଟର୍‌, ଏୟାର୍‌ ପ୍ୟୁରିଫାୟର୍‌, ଆମ୍ବୁଲାନ୍‌ସ୍‌ ସେବା ସୁଦୃଢ଼ିକରଣ, ପି.ପି.ଇ., ଟେଷ୍ଟିଙ୍ଗ୍‌ ଲାବ୍ରୋଟରି, ଟେଷ୍ଟିଙ୍ଗ୍‌ କିଟ୍‌, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭଳି କୋଭିଡ୍‌-୧୯ ‘କଣ୍ଟେନ୍‌ମେଣ୍ଟ୍‌’ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ନିମନ୍ତେ ରାଜ୍ୟମାନେ ଏହି ପାଣ୍ଠି ଉପଯୋଗ କରିପାରିବେ।

The post କୋଭିଡ୍‌ ସଙ୍କଟ ମୁକାବିଲା କରିବାକୁ ରାଜ୍ୟମାନଙ୍କ ପାଇଁ ୮୮୭୩ କୋଟି ଟଙ୍କାର ବିପର୍ଯ୍ୟୟ ପାଣ୍ଠି ରିଲିଜ୍ କଲା କେନ୍ଦ୍ର first appeared on Sambad.

from କରୋନା | Sambad https://ift.tt/3xBiSKJ