
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଏବେ ଉଗ୍ର ରୂପ ନେଇଛି। ତେବେ ପୂର୍ବର କରୋନାଭୂତାଣୁଠାରୁ ବର୍ତ୍ତମାନ ବ୍ୟାପୁଥିବା ଭୂତାଣୁ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ବୋଲି ଜଣାପଡ଼ିଛି। ଏହି ନୂଆ ଭୂତାଣୁ ଶରୀରରେ ଏଭଳି ସ୍ଥାନରେ ଲୁଚି ରହୁଛି, ଯାହାକି ଆର୍ଟି-ପିସିଆର୍ ଟେଷ୍ଟ୍ ଦ୍ବାରା ଠାବ କରିବା ସମ୍ଭବ ହେଉନାହିଁ। ଫଳରେ ସଂକ୍ରମଣ ଧରାପଡ଼ୁନଥିବାରୁ ମାମଲା ପରବର୍ତ୍ତୀ ସମୟରେ ଜଟିଳ ରୂପ ନେଇଛି ।
ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏଭଳି ରୋଗୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନଙ୍କର କରୋନାର ପୂର୍ଣ୍ଣ ଲକ୍ଷଣ ରହିଥିଲେ ମଧ୍ୟ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସୁଛି । ୨-୩ ଥର ଆର୍ଟି-ପିସିଆର୍ ଟେଷ୍ଟ୍ ସତ୍ତ୍ବେ କିଛି ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସୁଥିବା ଆକାଶ ହେଲ୍ଥକେୟାର ନିର୍ଦ୍ଦେଶକ ଡ. ଆଶିଷ ଚୌଧୁରୀ କହିଛନ୍ତି। ସିଟି ସ୍କାନ୍ ପରେ ଫୁସ୍ଫୁସ୍ରେ କରୋନା ରହୁଥିବା କେତେକ ମାମଲାରୁ ଜଣାପଡ଼ିଛି । ରୋଗୀଙ୍କ ଫୁସ୍ଫୁସ୍ରୁ ତରଳ ନମୁନା ସଂଗ୍ରହ କରି ପରୀକ୍ଷା କଲେ ହିଁ କରୋନା ସଂକ୍ରମଣ ସ୍ଥିତି ସ୍ପଷ୍ଟ ହେଉଛି। ଏବେ କରୋନାଭୂତାଣୁ ନାକ ଏବଂ ଗଳାରେ ପ୍ରଭାବ ରଖୁନଥିବାରୁ ଏହାକୁ ଠାବ କରିବା କଷ୍ଟକର ହୋଇପଡ଼ିଛି ବୋଲି ଅନେକ ଡାକ୍ତର ମତ ଦେଇଛନ୍ତି। ଏଭଳି ସ୍ଥିତିରେ ଫ୍ଲୁଇଡ ନମୁନାରୁ ହିଁ କରୋନା ଠାବ ହୋଇପାରିବ ବୋଲି ମାକ୍ସ ହେଲ୍ଥକେୟାରର ବିଭାଗୀୟ ମୁଖ୍ୟ ଡାକ୍ତର ବିବେକ ନାଙ୍ଗିୟା କହିଛନ୍ତି। ୧୫ରୁ ୨୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏବେ ଏଭଳି ସ୍ଥିତି ଆସିଛି ବୋଲି ସେ କହିଛନ୍ତି। ବ୍ରିଟେନ୍, ଆମେରିକାରେ ମଧ୍ୟ କରୋନାର ଏଭଳି ରୂପ ଭୟ ବଢ଼ାଉଛି।
The post ଫୁସ୍ଫୁସ୍ରେ ଲୁଚି ରହୁଛି କରୋନା, ଆର୍ଟି-ପିସିଆର୍ ଟେଷ୍ଟ୍ରେ ଚିହ୍ନଟ ହୋଇପାରୁନି first appeared on Sambad.from କରୋନା | Sambad https://ift.tt/3mJ4ECu
0 Comments