ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୁଇ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। । ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା।

ସେହିଭଳି ୭ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ଥିବା ବେଳେ ୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଉପରେ ରହିଛି। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୪୮, ବାଲେଶ୍ୱରରେ ୬୭, ବରଗଡ଼ରେ ୧୨୦, ଭଦ୍ରକରେ ୨୮, ବଲାଙ୍ଗୀର ୯୩, କଟକରେ ୧୧୭, ଦେବଗଡ଼ରେ ୧୨, ଢେଙ୍କାନାଳରେ ୫, ଗଜପତିରେ ୩୧, ଗଞ୍ଜାମରେ ୭୦, ଜଗତ୍‌ସିଂହପୁରରେ ୩୫, ଜୟପୁରରେ ୫୨, ଝାରସୁଗୁଡ଼ାରେ ୫୫, କଳାହାଣ୍ଡିରେ ୩୪, କନ୍ଧମାଳରେ ୧୨, କେନ୍ଦ୍ରାପଡ଼ାରେ ୧୨, କେନ୍ଦୁଝରରେ ୫୫, ଖୋର୍ଦ୍ଧାରେ ୩୪୮, କୋରାପୁଟରେ ୧୨, ମାଲକାନଗିରିରେ ୨, ମୟୂରଭଞ୍ଜରେ ୬୦, ନବରଙ୍ଗପୁରରେ ୧୦୪, ନୟାଗଡ଼ରେ ୧୯, ନୂଆପଡ଼ାରେ ୧୦୪, ପୁରୀ ୭୦, ରାୟଗଡ଼ା ୨୭, ସମ୍ବଲପୁର ୧୨୦, ସୋନପୁର ୧୬, ସୁନ୍ଦରଗଡ଼ରେ ୪୫୮ ଓ ଷ୍ଟେଟ୍‌ ପୁଲ୍‌ରୁ ୮୧ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥି ସହିତ ୟେଲୋ ଜୋନରେ ୫ଟି ଜିଲ୍ଲା ସାମିଲ ହୋଇଛି ।  ସମ୍ବଲପୁର,ବରଗଡ଼,କଳାହାଣ୍ଡି,ନୂଆପଡ଼ା ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି । ପୂର୍ବରୁ ଖୋର୍ଦ୍ଧା ଓ ସୁନ୍ଦରଗଡ ରେଡ଼ ଜୋନକୁ ଯାଇଥିଲା । ଅନ୍ୟ ପକ୍ଷରେ ରାଜ୍ୟରେ ଆଜି ତିନି ମୁଣ୍ଡ ନେଲା କରୋନା । ଯାଜପୁର, ଗଞ୍ଜାମ ଓ ବଲାଙ୍ଗୀର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧୯୩୩ରେ ପହଞ୍ଚିଲା ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୩ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପରୀକ୍ଷା ହୋଇଥିବା ସମୁଦାୟ ନମୁନା ସଂଖ୍ୟା ୯୪୬୧୭୨୦। ସେଥିରୁ ୩୫୫୩୫୩ ପଜିଟିଭ୍‌ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୪୪ ଥିବା ଜଣାପଡ଼ିଛି।

The post ରାଜ୍ୟରେ ୨୦୦୦ ଅତିକ୍ରମ କଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୨୬୭ କରୋନା ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡରୁ ସର୍ବାଧିକ ୪୫୮ first appeared on Sambad.

from କରୋନା | Sambad https://ift.tt/3g6hcm3