ନୂଆଦିଲ୍ଲୀ: କରୋନାଭାଇରସ୍‌ଜନିତ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବାକୁ ସିଙ୍ଗାପୁର ଭାରତକୁ ଦୁଇଟି ବିମାନ ବୋଝେଇ ‘ମେଡିକାଲ୍‌ ଅକ୍ସିଜେନ୍‌’ ପଠାଇଥିବା କଥା ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦ୍ୱିତୀୟ ମନ୍ତ୍ରୀ ଡକ୍ଟର୍‌ ମାଲିକି ଓସ୍‌ମାନ୍‌ ‘ସିଙ୍ଗାପୁର ଏୟାର୍‌ଫୋର୍ସ’ର ଦୁଇଟି ‘ସି-୧୩୦’ ବିମାନକୁ ଔପଚାରିକ ଭାବେ ଭାରତକୁ ପଠାଇଛନ୍ତି। ଏଥିରେ ୨୫୬ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ ଆସିଥିବା କଥା ନୂଆଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇସ୍ଥିତ ସିଙ୍ଗାପୁର କୂଟନୈତିକ ମିସନ୍‌ କହିଛି।

Image Courtesy of CNA

ଦୁଇଟି ‘ସି-୧୩୦’ ବିମାନରେ ସିଙ୍ଗାପୁରରୁ ଆସିଥିବା ଏହି ଅକ୍ସିଜେନ୍‌କୁ ଡକ୍ଟର୍‌ ମାଲିକି ଓସ୍‌ମାନ୍‌ ବୁଧବାର ସକାଳେ ପାୟା ଲେବାର ଏୟାର୍‌ବେସ୍‌ରେ ଭାରତର ହାଇକମିସନର୍‌ ପି. କୁମାରନ୍‌ଙ୍କୁ ହସ୍ତାନ୍ତର କରିଥିଲେ।

ଏହା ବ୍ୟତିରେକେ, ସିଙ୍ଗାପୁରରୁ ୩ଟି ଅକ୍ସିଜେନ୍‌ କଣ୍ଟେନର୍‌ ନେଇ ପାନଗଡ଼ ଏୟାର୍‌ ବେସ୍‌ ଆସିବାକୁ ଭାରତୀୟ ବାୟୁସେନା ମଧ୍ୟ ତା’ର ‘ସି-୧୭’ ବିମାନ ପଠାଇଥିବା କଥା ଆଜି ଏକ ସରକାରୀ ବିବୃତିରେ ଉଲ୍ଲେଖ କରାଯାଇଛି।

Image Courtesy of New Indian Express

ସେହିଭଳି, ସିଙ୍ଗାପୁରର ନିବେଶ ପ୍ରତିଷ୍ଠାନ ‘ଟେମାସେକ୍‌’ ମଧ୍ୟ ଭାରତକୁ ଡାକ୍ତରୀ ଉପକରଣ ପଠାଇଛି। ଭାରତର ଟାଟା ଗ୍ରୁପ୍‌ ମଧ୍ୟ ସିଙ୍ଗାପୁରରୁ ୪ଟି ’କ୍ରାଇୟୋଜେନିକ୍‌ ଅକ୍ସିଜେନ୍‌’ ସିଲିଣ୍ଡର୍‌ ଆଣି ସରକାରଙ୍କୁ ଦେଇଛି।

The post ଦ୍ରୁତ କୋଭିଡ୍‌-୧୯ ସଂକ୍ରମଣ ବାତାବରଣରେ ଭାରତକୁ ଅକ୍ସିଜେନ୍‌ ବୋଝେଇ ଦୁଇଟି ବିମାନ ପଠାଇଲା ସିଙ୍ଗାପୁର first appeared on Sambad.

from କରୋନା | Sambad https://ift.tt/2QAQHe8