
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ବିସ୍ତାର ରୋକିବା ନିମନ୍ତେ ମେ ୩୧ ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ପରାମର୍ଶ ଅନୁସରଣ କରିବା ନିମନ୍ତେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ଗୁରବାର ଦିନ ନିର୍ଦେଶ ଦେଇଛନ୍ତି।
କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ବହୁଳ ଜିଲ୍ଲାମାନଙ୍କରେ ଭୀଷଣ ତଥା ଆଞ୍ଚଳିକ ‘କଣ୍ଟେନ୍ମେଣ୍ଟ୍’ ଜାରି କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କେନ୍ଦ୍ର ସରକାର ଏହି ନିର୍ଦେଶନାମାରେ କହିଛନ୍ତି।
ମେ ମାସ ପାଇଁ ଘୋଷିତ ସଦ୍ୟ ‘ଗାଇଡ୍ଲାଇନ୍’ରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଦେଶର କୌଣସି ଅଞ୍ଚଳ ପାଇଁ ‘ଲକ୍ଡାଉନ୍’ ପ୍ରସଙ୍ଗ ଆଦୌ ଉଲ୍ଲେଖ କରିନାହିଁ। ଅସ୍ଥାୟୀ ଡାକ୍ତରଖାନା ବସାଇବା ସମେତ ଯଥେଷ୍ଟ ସଂଖ୍ୟକ ଅକ୍ସଜେନ୍ ଥିବା ଶଯ୍ୟା, ‘ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର୍ ଏବଂ ଆମ୍ବୁଲାନ୍ସ୍ ବ୍ୟବସ୍ଥା ବିଷୟରେ ସୁନିଶ୍ଚିତ ହେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି ମାର୍ଗଦର୍ଶିକାରେ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି।
ଗତ ଏକ ସପ୍ତାହ ଧରି କୋଭିଡ୍ ‘ପଜିଟିଭିଟି’ ହାର ୧୦%ରୁ ଅଧିକ କିଂବା ୬୦% ଶଯ୍ୟା ପୂର୍ଣ୍ଣ ହୋଇଥିବା ଜିଲ୍ଲାମାନଙ୍କୁ ଚିହ୍ନଟ କରିବା ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟମାନଙ୍କୁ କହିଛି। ଉପରୋକ୍ତ ଦୁଇଟି ପ୍ରସଙ୍ଗରୁ ଯେ କୌଣସି ଗୋଟିଏ ପରିପୂରଣ କରୁଥିବା ଜିଲ୍ଲାରେ କଠୋର ତଥା ଆଞ୍ଚଳିକ ‘କଣ୍ଟେନ୍ମେଣ୍ଟ୍’ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି।
‘କମ୍ୟୁନିଟି କଣ୍ଟେନ୍ମେଣ୍ଟ୍’ ଏବଂ ‘ବଡ଼ଧରଣର କଣ୍ଟେନ୍ମେଣ୍ଟ୍ ଅଞ୍ଚଳ’ ନିମନ୍ତେ ଏପ୍ରିଲ୍ ୨୫ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ନୀତିନିୟମ ସବୁ ଗୃହ ବ୍ୟାପାର ମନ୍ତ୍ରାଳୟର ଏହି ନିର୍ଦେଶାବଳୀରେ ସାମିଲ କରାଯାଇଛି।
The post ମେ ୩୧ ପର୍ଯ୍ୟନ୍ତ କୋଭିଡ୍-୧୯ ପରିଚାଳନା ମାର୍ଗଦର୍ଶିକା ବୃଦ୍ଧି କଲେ କେନ୍ଦ୍ର ସରକାର, ସ୍ବାସ୍ଥ୍ୟ ମନ୍ତ୍ରାଳୟଦ୍ବାରା ଜାରି ପରାମର୍ଶ ମାନିବାକୁ ରାଜ୍ୟମାନଙ୍କୁ ନିର୍ଦେଶ first appeared on Sambad.from କରୋନା | Sambad https://ift.tt/3u4GS6Y
0 Comments