ନୂଆଦିଲ୍ଲୀ: ଦେଶର କୋଭିଡ୍‌-୧୯ ପରିସ୍ଥିତିର ସମୀକ୍ଷା ଏବଂ କରୋନଭାଇସ୍‌ ସଂକ୍ରମଣ ଶୃଙ୍ଖଳ ଦମନ ପାଇଁ ଅନ୍ୟ କେଉଁ ସବୁ ପଦକ୍ଷେପ ଗ୍ରହଣ କରି ହେବ ସେ ପ୍ରସଙ୍ଗରେ ଆଲୋଚନା କରାଯିବା ନିମନ୍ତେ ଆଜି ଆୟୋଜନ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ବୈଠକ ବସିବ। ମହାମାରୀ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନେକରାଯାଉଛି।

Image Courtesy of NDTV

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ମନ୍ତ୍ରୀ ପରିଷଦ୍ ବୈଠକ ବସିବ। ଗୁରୁବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ‘ଚିଫ୍ ଅଫ୍ ଆର୍ମି ଷ୍ଟାଫ୍‌’ ଜେନେରାଲ୍‌ ଏମ୍ଏମ୍‌ ନରୱଣେଙ୍କୁ ଭେଟି କୋଭିଡ୍‌-୧୯ର ପ୍ରସ୍ତୁତି ଏବଂ ସେନାବାହିନୀର ପଦକ୍ଷେପ କଥା ସମୀକ୍ଷା କରିଥିଲେ।

ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କୋଭିଡ୍‌ ପରିଚାଳନାରେ ସହାୟ ହେବା ଲାଗି ସେନା ଗ୍ରହଣ କରୁଥିବା କେତେକ ପଦକ୍ଷେପ ସଂପର୍କରେ ସେମାନେ ଆଲୋଚନା କରିଛନ୍ତି।

ସୂଚନ‌ାଯୋଗ୍ୟ, ଦେଶରେ କରୋନାଭାଇସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ପରିଚାଳନା ନିମ‌େନ୍ତେ ଅନ୍ୟୂନ ୨୧ଟି ଆନୁଷ୍ଠାନିକ ବୈଠକରେ ଯୋଗ ଦେଇ ସାରିଲେଣି। ସେଥିରୁ ଅଧିକାଂଶ ବୈଠକ ଗତ ଦୁଇ ସପ୍ତାହ ମଧ୍ୟରେ ବସିଛି।

The post ଆଜି କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା ନିମନ୍ତେ ଆଗତ କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ first appeared on Sambad.

from କରୋନା | Sambad https://ift.tt/3uiw2Ko