
ଭୁବନେଶ୍ବର: ସଂକ୍ରମଣ ଆଗକୁ ବଢ଼ିବ, ବଢ଼ି ବଢ଼ି ଚାଲିବ। ଗତବର୍ଷ ପ୍ରସ୍ତୁତି ଠିକ ଥିଲା ବୋଲି ସଠିକ କରୋନା ମୁକାବିଲା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି।
ଗତ ବର୍ଷ ପିକ୍ ସମୟରେ ଯେତିକି ଅକ୍ସିଜେନ ଥିଲା, ଏଥର ଦଶଗୁଣା ଅଧିକ ମହଜୁଦ ରଖାଯିବ। ବେସରକାରୀ ମେଡିକାଲରେ ୩୩୮ଟି ଭେଣ୍ଟିଲେଟର ଥିଲା , ମାତ୍ର ଏଥର ୫୫୫ଟି ଭେଣ୍ଟିଲେଟର ରଖିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି।
ଏଣେ ସରକାରୀ ମେଡିକାଲରେ ୧୦୮ଟି ଭେଣ୍ଟିଲେଟର ଥିଲା । ଏବେ ୪୨୩ଟି ରଖିବା ପାଇଁ ପ୍ରସ୍ତୁତି ଚାଲିଛି। ମେଡିକାଲଗୁଡ଼ିକରେ ହାଇ ଦିପେଡେନ୍ସି ୟୁନିଟ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟର ୩ ଟି ପ୍ରମୁଖ ମେଡିକାଲ କଲେଜରେ ୨ ରୁ ୩ ଗୁଣା ବେଡ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। କେତେ ରୋଗୀ ଚିକିତ୍ସିତ ହେଉଛନ୍ତି, କେତେ ଆଇସିୟୁକୁ ଗଲେ, ସବୁ ଦିନ ମନିଟର କରାଯାଉଛି। ପ୍ରତି ପଞ୍ଚାୟତରେ କୋଭିଡ କେଆର୍ ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ କୁହା ଯାଇଛି ବୋଲି ପରିବାର ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି।
The post ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜରେ ୨ ରୁ ୩ ଗୁଣା ବେଡ ବୃଦ୍ଧି କରାଯିବ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.
from କରୋନା | Sambad https://ift.tt/3doT8ZY
0 Comments