
ବ୍ରହ୍ମପୁର : କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଗଞ୍ଜାମରେ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଛି। ଜିଲ୍ଲାକୁ ପ୍ରବାସୀ ଫେରୁଥିବାରୁ ସଂକ୍ରମଣ ବ୍ୟାପିବା ଅଶଙ୍କା ବଢ଼ିଛି। ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲାରେ ସୋମବାର ଦିନ ୫୦ଶଯ୍ୟା ବିଶିଷ୍ଟ ଦୁଇଟି ଡେଡିକେଟେଡ଼୍ କୋଭିଡ଼୍ କେୟାର ହେଲ୍ଥ ସେଣ୍ଟର୍ ଖୋଲାଯାଇଛି। ବ୍ରହ୍ମପୁର ସିଟି ହସ୍ପିଟାଲର ନୂତନ ଭାବେ ନିର୍ମିତ ସ୍ତ୍ରୀ ଓ ପ୍ରସୂତି ରୋଗ କଂପ୍ଲେକ୍ସକୁ ଏବଂ ବିଜୁ ପଟ୍ଟନାୟକ ହୋମିଓପାଥିକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ଛାତ୍ରୀ ନିବାସକୁ କୋଭିଡ଼୍ କେୟାର କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଏଥିରେ ୫୦ ଲେଖାଏଁ ଶଯ୍ୟା ଉପଲବ୍ଧ ହେବ। ସିଟି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ବିଶ୍ବମ୍ବର ବେହେରାଙ୍କୁ ହସ୍ପିଟାଲ ଦ୍ବୟର ନୋଡାଲ୍ ମେଡିକାଲ ଓ ପ୍ରାଶାସନିକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଡାକ୍ତର ଏସ୍.କାମେଶ୍ବର ରାଓଙ୍କୁ ଏହି ହସ୍ପିଟାଲ ଦ୍ବୟର ସହକାରୀ ନୋଡାଲ୍ ମେଡ଼ିକାଲ ଅଫିସର ଭାବେ ନିୟୋଜିତ କରାଯାଇଛି।
ପ୍ରକାଶ ଥାଉ କି, ଗଞ୍ଜାମ ଜିଲ୍ଲାରୁ ଆଜି ୮ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ସମୁଦାୟ ପଜିଟିଭ୍ ସଂଖ୍ୟା ୨୨ହଜାର ୧୨ରେ ପହଞ୍ଚିଛି। ଏଥିରୁ ୨୧ହଜାର ୭୧୪ଜଣ ସୁସ୍ଥ ହୋଇଥିବା ବେଳେ ୨୪୮ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ଏବେ ୪୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଆଜି ଜିଲ୍ଲାରୁ ୬ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧୩୦୧ଜଣଙ୍କ କୋଭିଡ଼୍ ପରୀକ୍ଷା କରାଯାଇଛି।
The post ଗଞ୍ଜାମରେ ଖୋଲିଲା ୨ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର first appeared on Sambad.from କରୋନା | Sambad https://ift.tt/2PBqlZ8
0 Comments