ଖୋର୍ଦ୍ଧା : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱରସ୍ଥ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳାରେ କୋଭିଡ୍ ଟିକାକରଣ ଓ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତ୍ୟକ ବ୍ଲକରେ ଆମ୍ଭୁଲାନ୍ସ ମହଜୁଦ୍ ରଖିବା ଓ କୋଭିଡ୍ ପରୀକ୍ଷଣ ସଂଖ୍ୟାକୁ ବୃଦ୍ଧି କରିବାକୁ ରାଜସ୍ୱ ଆୟୁକ୍ତ ନିଦେ୍ର୍ଦଶ ଦେଇଥିଲେ । ପରୀକ୍ଷଣରେ ଆର୍ଟିପିସିଆର୍ ପରୀକ୍ଷଣ ଅଧିକ କରିବା, ସଂକ୍ରମିତଙ୍କ କଂଟାକ୍ଟ ଟ୍ରେସିଂ କରିବା ସହ ସମ୍ ହସ୍ପିଟାଲ୍କୁ ପଠାଇବାରେ ରାପିଡ୍ ରେସ୍ପନ୍ସ ଟିମ୍ କାର୍ଯ୍ୟକରିବେ । ବାହାର ରାଜ୍ୟରୁ ଗ୍ରାମାଂଚଳକୁ ଆସୁଥିବା ଲୋକଙ୍କ ସମ୍ପର୍କରେ ବିଡିଓ ନିୟମିତ ତଥ୍ୟ ଦେବେ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଗ୍ରାମାଂଚଳରେ ପୃଥକ ରହିବା ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ଖୋର୍ଦ୍ଧା) ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ଭୁବନେଶ୍ୱର) ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ପିଡି ଡିଆର୍ଡିଏ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ଦେବବ୍ରତ ସାହୁ, ସ୍ୱାସ୍ଥ୍ୟାଧିକାରୀ ଡା ପ୍ରଶାନ୍ତ କୁମାର ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଶକ୍ତିକାନ୍ତ ରାୟ, ଡିପିଏମ୍ ଗୀତାଂଜଳି ଦାସ, ସହକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

The post କୋଭିଡ୍ ପରିସ୍ଥିତି ସମ୍ପର୍କରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା first appeared on Sambad.

from କରୋନା | Sambad https://ift.tt/3rUZbJI