ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ।

କିନ୍ତୁ, ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଆଜି ଟିକାକରଣ କେନ୍ଦ୍ରଗୁଡ଼ିକରେ ଧାଡ଼ି ନ ବାନ୍ଧିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗର ନାଗରିକମାନଙ୍କୁ ଦିଆଯିବା ନିମନ୍ତେ ଯଥେଷ୍ଟସଂଖ୍ୟକ ଟିକା ନାହିଁ। ତେଣୁ, ଏ ମାସର ଅନ୍ୟ କୌଣିସ ତାରିଖରେ ସେମାନେ ଏହି ଅଭିଯାନ ଆରମ୍ଭ କରିବେ। ଏହାଛଡ଼ା, ବଛା ବଛା କେତୋଟି ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି।

Image Courtesy of India Today

ସେହିଭଳି, ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍ କହିଛି ଯେ, ସୀମିତସଂଖ୍ୟକ ଟିକା ଥିବାରୁ ଆଜି ମାତ୍ର ୫ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ। କେରଳରେ ମଧ୍ୟ ଆଜି ଏହି ଟିକାକରଣ ଅଭିଯାନ ଆରମ୍ଭ ‌ନ ହେବାର ଆଶଙ୍କା ଅଛି ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି।

The post ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ: ଆଜିଠୁ ସମଗ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଟିକା first appeared on Sambad.

from କରୋନା | Sambad https://ift.tt/3vLC07h