ୱାସିଂଟନ୍: ଭାରତର କରୋନାଭାଇସ୍‌ ପରିସ୍ଥିତିକୁ ‘କରୁଣ’ ବୋଲି ଅଭିହିତ କରି ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ କହିଛନ୍ତି ଯେ, ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ସହାୟତା ଯୋଗାଇ ଦେବାକୁ ସେମାନେ ପ୍ରତିବଦ୍ଧ।

ଶୁକ୍ରବାର ଦିନ ଓହିଓର ସିନିନାଟିରେ ସାମ୍ବାଦିକମାନଙ୍କୁ ହାରିସ୍‌ କହିଛନ୍ତି, ଜୀବନହାନୀ କ୍ଷେତ୍ରରେ ଏଇଟା ଯେ ଅତି କାରୁଣ୍ୟ ପରିସ୍ଥିତି ସେଥିରେ ସନ୍ଦେହ ନାହିଁ। ମୁଁ ପୁଣି ଥରେ କହୁଛି, ଗୋଟାଏ ଦେଶ ହିସାବରେ ଆମେ ସହାୟତା ଯୋଗାଇ ଦେବାକୁ ଭାରତବାସୀଙ୍କ ପ୍ରତି ଅଙ୍ଗିକାରବଦ୍ଧ।

ପି.ପି.ଇ. ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ପାଇଁ କିଛି ଡଲାର୍‌ ପ୍ରଦାନ କରିବୁ ବୋଲି ଆମେ ପ୍ରତିଶ୍ରୁତି ଦେଇସାରିଛୁ। କିନ୍ତୁ, ପରିସ୍ଥିତି ଖୁବ୍‌ କରୁଣ। ଘଟି ଚାଲିଥିବାଏହି ଉନ୍ମୁକ୍ତ ଦୁର୍ଦ୍ଦଶାରେ ପୀଡ଼ିତ ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି।

Image Courtesy of The Times of India

ଅଭୂତପୂର୍ବ ଭାବେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ଏବଂ ଗୁଣସୂତ୍ର ପରିବର୍ତ୍ତିତ ଏକାଧିକ ଭୂତାଣୁ ବିସ୍ତାର କାରଣରୁ ହ୍ବାଇଟ୍‌ ହାଉସ୍‌ ପୂର୍ବରୁ ଭାରତ ଭ୍ରମଣ ଉପରେ କଟକଣା ଘୋଷଣା କରିସାରିଛି।

ହାରିସ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ବସାଧାରଣରେ ନିଷେଧାଦେଶ ଘୋଷିତ ହେବା ପରଠାରୁ ଭାରତରେ ଥିବା ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ସେ କଥା ହୋଇନାହାନ୍ତି।

‘ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ ପରାମର୍ଶକ୍ରମେ ମେ ୪ ତାରିଖରୁ ପ୍ରଶାସନ ଭାରତ ଭ୍ରମଣ ଉପରେ କଟକଣା ଜାରି କରିବ ବୋଲି ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ସଚିବ ଜେନ୍‌ ସାକି କହିଥିଲେ।

The post ଭାରତର କୋଭିଡ୍‌ ପରିସ୍ଥିତି କରୁଣ, ଭାରତୀୟଙ୍କୁ ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ: କମଳା ହାରିସ୍‌ first appeared on Sambad.

from କରୋନା | Sambad https://ift.tt/3xEWf83