ଚନ୍ଦ୍ରଶେଖରପୁର : ରାଜଧାନୀରେ ବେକାବୁ ହେବାରେ ଲାଗିଛି କରୋନା। ବସ୍ତିଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ସବୁଠି ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ପ୍ରତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଟିଆ ଏବେ ହଟ୍‌ସ୍ପଟ୍‌ ପାଲଟିଲାଣି। ଗତ ୭ ଦିନ ମଧ୍ୟରେ ଭୁବନେଶ୍ବରରୁ ୪୨୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରୁ ୬୫୧ଆକ୍ରାନ୍ତ ବାହାରିଛନ୍ତି। ସେଥିମଧ୍ୟରୁ କେବଳ ପଟିଆରୁ ୨୭୩ ଜଣ ଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬୭ ଜଣ ଆକ୍ରାନ୍ତ ବାହାରିଛନ୍ତି। ଏହାବ୍ୟତୀତ ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, କାନନ ବିହାର, ମୈତ୍ରୀବିହାର, ପ୍ରଶାନ୍ତିବିହାର, ଗଜପତି ନଗର, ନନ୍ଦନବିହାର, କାନନ ବିହାର ଆଦି ଅଞ୍ଚଳରୁ ମଧ୍ୟରୁ ଆକ୍ରାନ୍ତ ବାହାରିଛନ୍ତି। ଯଦି ହିସାବ ଦେଖାଯାଏ ‌ତେବେ ରାଜଧାନୀର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୨୮ ପ୍ରତିଶତ କେବଳ ଏହି ଦୁଇ ଥାନା ଅଞ୍ଚଳରୁ ବାହାରିଥିବା ଜଣାପଡ଼ିଛି।

ବିଏମ୍‌ସି ତଥ୍ୟ ଅନୁଯାୟୀ ଆଜି ଭୁବନେଶ୍ବରରୁ ୬୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୯, ପଟିଆରୁ ୨ ଏବଂ ଡମଣାରୁ ଜଣେ କ୍ବାରାଣ୍ଟିନ୍‌ରୁ ଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟରେ ଚନ୍ଦ୍ରଶେଖରପୁରରୁ ୧୨, ଡମଣାରୁ ୩, ମୈତ୍ରୀବିହାରରୁ ୩, ନୀଳାଦ୍ରିବିହାରରୁ ୯, ଶୈଳଶ୍ରୀବିହାରରୁ ୬, ପଟିଆରୁ ୨୮, ଗଜପତି ନଗରରୁ ୨, କିଟ୍‌ ଛକ ଓ ଶିଖରଚଣ୍ଡୀରୁ ଜଣେ ଲେଖାଏଁ ଏହିପରି ଭାବେ ମୋଟ ୭୭ ଜଣ ଚିହ୍ନଟ ହୋଇଛନ୍ତି। ୨୪ ତାରିଖରେ ରାଜଧାନୀରୁ ୭୪୫ ଜଣ ବାହାରିଥିବା ବେଳେ ଉକ୍ତ ଦୁଇ ଥାନା ଅଞ୍ଚଳରୁ ୧୨୫ ଜଣ ଚିହ୍ନଟ ହୋଇଥିଲେ। ଚନ୍ଦ୍ରଶେଖରପୁରରୁ ୭, ପଟିଆରୁ ୮, ଶୈଳଶ୍ରୀବିହାରରୁ ୮ କ୍ବାରାଣ୍ଟିନ୍‌ରୁ ବାହାରିଥିଲେ। ଲୋକାଲ କଣ୍ଟାକ୍ଟ ଭାବେ ଚନ୍ଦ୍ରଶେଖରପୁରରୁ ୨୧, ଡମଣାରୁ ୨, ଗାଡ଼କଣରୁ ୬, ନନ୍ଦନବିହାରରୁ ୩, କାନନ ବିହାରରୁ ୨, ନୀଳାଦ୍ରିବିହାରରୁ ୮, ପଟିଆରୁ ୪୫, ଶୈଳଶ୍ରୀବିହାରରୁ ୧୨, ପ୍ରଶାନ୍ତିବିହାରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୨୩ ତାରିଖରେ ଦୁଇ ଥାନା ଅଞ୍ଚଳରୁ ୧୦୧ ଜଣ ବାହାରିଥିଲେ। କ୍ବାରାଣ୍ଟିନ୍‌ରେ ଥିବା ଚନ୍ଦ୍ରଶେଖରପୁରରୁ ୬ ଓ ପଟିଆରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରେ ଆସିଥିବା‌ ଚନ୍ଦ୍ରଶେଖରପୁରରୁ ୨୮, ଶୈଳଶ୍ରୀବିହାରରୁ ୧୦, କାନନ ବିହାର ୪, ମୈତ୍ରୀବିହାର ୨, ନୀଳାଦ୍ରିବିହାର ୫, ପଟିଆରୁ ୨୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଯଦି ୨୨ ତାରିଖ କଥା ଦେଖିବା ତେବେ ଏହି ଦିନ ୧୧୫ ଆକ୍ରାନ୍ତ ବାହାରିଥିଲେ। କ୍ବାରାଣ୍ଟିନ୍‌ରେ ଥିବା ଚନ୍ଦ୍ରଶେଖରପୁରର ୫, ପଟିଆର ୧୧ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ଭାବେ ଚନ୍ଦ୍ରଶେଖରପୁରରୁ ୧୪, କାନନ ବିହାରରୁ ୨୦, ପଟିଆରୁ ୪୬, ଶୈଳଶ୍ରୀବିହାରରୁ ୭ ଜଣ ଚିହ୍ନଟ ହୋଇଥିଲେ। ଏହାବ୍ୟତୀତ ଅନ୍ୟ ସ୍ଥାନରୁ ଜଣେ ଦୁଇ ଜଣ ଲେଖାଏଁ ବାହାରିଥିଲେ। ୨୧ ତାରିଖରେ ଏହି ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬୭ ଜଣଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ରେ ଥିବା ପଟିଆର ୬, ଶୈଳଶ୍ରୀବିହାରର ୫, ଲୋକାଲ କଣ୍ଟାକ୍ଟରେ ଆସିଥିବା ଚନ୍ଦ୍ରଶେଖରପୁରର ୨୧, ପଟିଆର ୨୩ ଓ ଶୈଳଶ୍ରୀବିହାରର ୫ ଜଣ ଆକ୍ରାନ୍ତ ବାହାରିଥିଲେ। ୨୦ ତାରିଖରେ ଏହି ଅଞ୍ଚଳରୁ ବାହାରିଥିବା ୧୦୧ ଜଣଙ୍କ ମଧ୍ୟରୁ ପ୍ରମୁଖ ଭାବେ କ୍ବାରାଣ୍ଟିନ୍‌ରେ ଥିବା ଚନ୍ଦ୍ରଶେଖରପୁରରୁ ୬, ପଟିଆରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ଭାବେ ଚନ୍ଦ୍ରଶେଖରପୁରରୁ ୨୨, ପଟିଆରୁ ୩୮, ନୀଳାଦ୍ରିବିହାରରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୯ ତାରିଖରେ ୬୫ ଜଣ ଆକ୍ରାନ୍ତ ବାହାରିଥିଲେ। ସେଥିମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୧୬ ଜଣ ଥିବା ବେଳେ ପଟିଆରୁ ୨୨ ଜଣ ରହିଥିଲେ।

The post ହଟ୍‌ସ୍ପଟ୍‌ ପାଲଟିଲାଣି ପଟିଆ first appeared on Sambad.

from କରୋନା | Sambad https://ift.tt/2QwcuDR