
ମିଲାନ୍: ରୂପାନ୍ତରିତ କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ଅନ୍ୟ ଦେଶମାନଙ୍କ ଭଳି ଇଟାଲି ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ନିଷେଧାଦେଶ ଜାରି କରିଛି।
ଇଟାଲିର ସ୍ୱାସ୍ଥ୍ୟମନ୍ତ୍ରୀ ରୋବେର୍ଟୋ ସ୍ପେରାଞ୍ଜା ଟୁଇଟ୍ କରି କହିଛନ୍ତି, ଗତ ୧୪ ଦିନ ଧରି ଭାରତରେ ଥିବା ବିଦେଶୀ ଯାତ୍ରୀମାନଙ୍କ ଇଟାଲି ପ୍ରବେଶ ଉପରେ ଜାରି ଏକ ଆଦେଶନାମାରେ ସେ ସ୍ୱାକ୍ଷର କରିଛନ୍ତି।
ସ୍ୱାସ୍ଥ୍ୟ ସଙ୍କଟରେ ସମ୍ମୁଖୀନ ହୋଇ ସମ୍ପ୍ରତି କୋଭିଡ୍-୧୯ର ‘ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍’ ସହ ଏସୀୟ ଦେଶ ଭାରତ ସଂଗ୍ରାମ ଚଳାଇଛି। ରବିବାର ଦିନ କ୍ରମାଗତ ୪ର୍ଥ ଦିନ ପାଇଁ ସର୍ବାଧିକ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା।
ଭାରତରୁ ଫେରିବା ବେଳେ ‘ନେଗେଟିଭ୍ ଟେଷ୍ଟ୍ ରେଜଲ୍ଟ୍’ ଥିବା ଇଟାଲୀବାସୀମାନଙ୍କୁ ସ୍ୱଦେଶ ପ୍ରବେଶାନୁମତି ମିଳିବ। କିନ୍ତୁ, ଇଟାଲିରେ ପହଞ୍ଚିବା ପରେ ସେମାନଙ୍କୁ ‘କ୍ୱାରେଣ୍ଟିନ୍’ରେ ରହିବାକ ପଡ଼ିବ।
ଏହା ବ୍ୟତିରେକେ, ଗତ ୧୪ ଦିନ ମଧ୍ୟରେ ଭାରତରୁ ଆସି ସ୍ୱଦେଶରେ ପହଞ୍ଚି ସାରିଥିବା ଇଟାଲୀୟମାନଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ‘ସ୍ୱାବ୍’ ପରୀକ୍ଷା କରାଇ ନିଅନ୍ତୁ।
ସ୍ପେରାଞ୍ଜା କହିଛନ୍ତି, ନୂତନ ‘ଇଣ୍ଡିଆନ୍ ଭେରିଆଣ୍ଟ୍’ ଉପରେ ଅଧ୍ୟୟନ ନିମନ୍ତେ ଆମ ବୈଜ୍ଞାନିକମାନେ ପ୍ରସ୍ତୁତି ଚଳାଇଛନ୍ତି।
The post ରୂପାନ୍ତରିତ କରୋନାଭାଇରସ୍ ସଂକ୍ରମଣ ଆଶଙ୍କା କରି ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ନିଷେଧାଜ୍ଞା ଜାରି କଲା ଇଟାଲି first appeared on Sambad.from କରୋନା | Sambad https://ift.tt/3aFNVuX
0 Comments