ଭୁବନେଶ୍ବର: ଟିକାର ଅଭାବକୁ ଦୂର କରିବା ପାଇଁ ରାଜ୍ୟକୁ ଆଜି ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ। ବର୍ତ୍ତମାନ ରାଜ୍ୟରେ ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଟିକା ଦିଆଯାଇସାରିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି ଯେ, ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବା ସହ ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ। ରାଜ୍ୟରେ ବର୍ତ୍ତମାନ ୧ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ଆଜି ୧ ଲକ୍ଷ ଡୋଜ ଆସିବ। ତେବେ ଟିକା ଅଭାବରୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା କଥା ମଧ୍ୟ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଟିକାର ଅଭାବ ରହିଥିବାରୁ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି। ଅଧିକ ଟିକା ଆସିଲେ ବନ୍ଦ ରହିଥିବା ଟିକାକରଣ କେନ୍ଦ୍ରରେ ପୁଣି ଥରେ ଟିକାକରଣ ଆରମ୍ଭ ହେବ ବୋଲି କହିବା ସହ ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ କରୋନା ଟିକା ଦିଆଯାଉଥିବା କଥା ସେ କହିଛନ୍ତି।

image source:newsliveodisha.in

ଉଭୟ ଟିକା ନିରାପଦ ଓ ଫଳପ୍ରଦ ବୋଲି କହିବା ସହ ସମସ୍ତେ ଟିକା ନେବା ଉଚିତ। ଦୁଇଟି ଡୋଜ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା ମିଳିପାରିବ। ପ୍ରଥମ ଡୋଜ ଏତେ ଫଳପ୍ରଦ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

The post ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା: ରାଜ୍ୟକୁ ଆଜି ୧ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ first appeared on Sambad.

from କରୋନା | Sambad https://ift.tt/3gwTnnP