
ନୂଆଦିଲ୍ଲୀ: ଦେଶର ସବୁଠୁ ଅଧିକ କୋଭିଡ୍ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ଜୈବିକ ଅନୁକ୍ରମ ଅନୁଧ୍ୟାନ କରାଯାଇଥିବା ନମୁନାଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକରେ ବି.୧.୬୧୭ ନାମକ ନୂତନ ପ୍ରଜାତିର ଦ୍ବୈତ ରୂପାନ୍ତିରିତ କରୋନାଭୂତାଣୁ ବିଶେଷଜ୍ଞମାନଙ୍କ ବୁଦ୍ଧି ହଜେଇ ଦେଇଥିବା ବେଳେ ଏବେ ପଶ୍ଚିମବଙ୍ଗରେ ଚିହ୍ନଟ ଅନ୍ୟ ଏକ ପ୍ରଜାତି ଚିନ୍ତା ବଢ଼ାଇଦେଇଛି। ବି.୧.୬୧୮ ପ୍ରଜାତିର ଏହି ଭୂତାଣୁରେ ବି.୧.୬୧୭ ବହନ କରୁଥିବା ଇ୪୮୪କେ ନାମକ ରୂପାନ୍ତର ସମେତ ଅନ୍ୟ ଗୁଡ଼ାଏ ରୂପାନ୍ତର ରହିଥିବା ଜଣାଯାଇଛି। ଜଣକ ଠାରେ କରୋନାଭୂତାଣୁ ବିରୋଧରେ ରୋଗପ୍ରତିରୋଧକତା ବିକଶିତ ହେବାର ଦକ୍ଷତା ରହିଥିଲେ ବି ଏହି ପ୍ରଜାତିର ନୂତନ ପ୍ରଜାତି ସେସବୁରୁ ଖସି ପଳାଇବାର ସାମର୍ଥ୍ୟ ରଖିଛି ବୋଲି କୁହାଯାଉଛି। ସୁତରାଂ ଏହା ସବୁଠୁ ଘାତକ ସାବ୍ୟସ୍ତ ହେବ ବୋଲି ଭୂତାଣୁ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।
The post ପଶ୍ଚିମବଙ୍ଗରେ ନୂତନ ପ୍ରଜାତିର କରୋନାଭୂତାଣୁ ଠାବ, ରୋଗପ୍ରତିରୋଧକତାରୁ ଖସି ପଳାଇବାରେ ସକ୍ଷମ first appeared on Sambad.from କରୋନା | Sambad https://ift.tt/3tI0I7B
0 Comments