
ନୂଆଦିଲ୍ଲୀ : ୧୦ ରାଜ୍ୟରେ ଦ୍ବୈତ ରୂପାନ୍ତରିତ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଦୁଇଥର ରୂପାନ୍ତରିତ ହେଉଥିବା ଏହି କରୋନା ଭୂତାଣୁ ପାଇଁ ୧୦ ଟି ରାଜ୍ୟରେ ତୀବ୍ର ଗତିରେ ସଂକ୍ରମଣ ବ୍ୟାପୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଦୁଇଥର ରୂପାନ୍ତରିତ ହେଉଥିବା ଭାଇରସ୍ ଚିହ୍ନଟ ହୋଇଛି। ଦିଲ୍ଲୀରେ ମଧ୍ୟ ବ୍ରିଟେନ୍ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ପଂଜାବରେ ୮୦ ପ୍ରତିଶତ ଲୋକଙ୍କଠାରେ ବ୍ରିଟିଶ୍ ପ୍ରଜାତି ଚିହ୍ନଟ ହୋଇଛି। ତେବେ ମୁମ୍ବାଇରେ ଏହି ଦ୍ବୈତ ରୂପାନ୍ତରିତ କରୋନା ଭୂତାଣୁ ଚିହ୍ନଟ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ରରେ ୬୦ ପ୍ରତିଶତ ମାମଲାରେ ଦୁଇଥର ରୂପାନ୍ତରିତ ହେଉଥିବା ଭୂତାଣୁ ଚିହ୍ନଟ ହୋଇଛି। ଦେଶରେ ୧୮ରୁ ୧୯ ଟି ରାଜ୍ୟ ଏବଂ ପ୍ରାୟ ୮୦ ଜିଲ୍ଲାରେ ବ୍ରିଟେନ୍ ଭାଇରସ୍ ଚିହ୍ନଟ ହୋଇଛି।
The post ୧୦ ରାଜ୍ୟରେ ଦ୍ବୈତ ରୂପାନ୍ତରିତ କରୋନା ଭୂତାଣୁ ୮୦ ଜିଲ୍ଲାରେ ବ୍ରିଟେନ୍ ପ୍ରଜାତି first appeared on Sambad.from କରୋନା | Sambad https://ift.tt/3uVaMdE
0 Comments