ଭୁବନେଶ୍ବର : କଳ୍ପନା ଛକସ୍ଥିତ ଉତ୍କଳ ‌ରୟାଲ ରେସିଡେନ୍ସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତାହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ରେସିଡେନ୍ସିକୁ ୧୦ ଦିନ ପାଇଁ ସିଲ୍‌ କରାଯାଇଛି। ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ମେ’ ୫ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଏହା ପରିସରକୁ ବିଶୋଧନ କରାଯିବା ସହ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ବିଏମ୍‌ସି ଦ୍ବାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଆଉ କେହି ପ୍ରବେଶ କରିପାରିବେ ନାହିଁ। ଯଦି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପଡ଼େ ‌ତେବେ ୫୫ ନମ୍ବର ୱାର୍ଡ ଅଫିସରଙ୍କୁ ଯୋଗଯୋଗ କରିବାକୁ କୁହାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ନିଜକୁ ୧୦ ଦିନ ପର୍ଯ୍ୟନ୍ତ ଘରେ ଆଇସୋଲେସନ୍‌ରେ ରଖିବେ। ପରବର୍ତୀ ୭ ଦିନ ଯାଏ ହୋମ କ୍ବାରେଣ୍ଟାଇନ୍‌ରେ ରହି ସେଲ୍ଫ ମନିଟରିଂ କରିବେ। ଆଉ କେହି ପଜିଟିଭ୍‌ ଚିହ୍ନଟ ହେଲେ ତୁରନ୍ତ ବିଏମ୍‌ସିକୁ ଖବର ଦେବାକୁ କୁହାଯାଇଛି।

୨୪ ଓ ୨୫ ତାରିଖରେ ଉତ୍କଳ ରୟାଲ ରେସିଡେନ୍ସିରେ ଆର୍‌ଟି-ପିସିଆର ଟେଷ୍ଟ କ୍ୟାମ୍ପ ହେବ। ଏଥିରେ ସମସ୍ତ ଅନ୍ତେବାସୀ, ହାଉସ୍‌ କିପର ଓ ସୁରକ୍ଷା କର୍ମୀ (ପ୍ରତିଦିନ ୨୦୦ ଲେଖାଏ)ଙ୍କ ନମୁନା ପରୀକ୍ଷା କରାଯିବ। ଯଦି କୌଣସି ଜରୁରୀ ଆବଶ୍ୟକତା ପଡ଼େ ଆପାର୍ଟମେଣ୍ଟ ସୋସାଇଟି ବିଏମ୍‌ସିକୁ ଯୋଗା‌ଯୋଗ କରିବାକୁ କୁହାଯାଇଛି।

The post ଆପାର୍ଟମେଣ୍ଟ୍‌ରେ ବଢ଼ିଲା କରୋନା, ଉତ୍କଳ ରୟାଲ ରେସିଡେନ୍ସି ସିଲ୍‌ first appeared on Sambad.

from କରୋନା | Sambad https://ift.tt/3azyhl1