
ନୂଆଦିଲ୍ଲୀ: ସମ୍ପ୍ରତି ଦିଲ୍ଲୀରେ କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କ ନିମନ୍ତେ ୧୦୦ରୁ କମ୍ ‘ଆଇସିୟୁ’ ବେଡ୍ ରହିଥିବା କଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି। ରବିବାର ଦିନ ଦିଲ୍ଲୀବାସୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ସମ୍ଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଜାତୀୟ ରାଜଧାନୀରେ ଏବେ ନୂଆ ପ୍ରଜାତିର କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଛି।
ତେଣୁ, ଦିଲ୍ଲୀର ହସ୍ପିଟାଲ୍ମାନଙ୍କରେ କୋଭିଡ୍-୧୯ ରୋଗୀମାନଙ୍କ ପାଇଁ ଥିବା ଶଯ୍ୟା ଜଲ୍ଦି ପୂରଣ ହୋଇଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପଜିଟିଭିଟି ସଂଖ୍ୟା ମଧ୍ୟ ୨୪%ରୁ ୩୦%କୁ ବୃଦ୍ଧି ପାଇଛି।
ଦିଲ୍ଲୀରେ ସମୁଦାୟ ୧୦,୦୦୦ ହସ୍ପିଟାଲ୍ ବେଡ୍ରୁ ଅନ୍ୟୂନ ୧,୮୦୦ଟି କୋଭିଡ୍-୧୯ ରୋଗୀଙ୍କ ପାଇଁ ସଂରକ୍ଷିତ ଥାଏ। କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଅନ୍ୟୂନ ୭୦୦ଟି ବେଡ୍ ସଂରକ୍ଷଣ କରି ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି।
ଆଗାମୀ ଦୁଇ ତିନି ଦିନ ମଧ୍ୟରେ ସମଗ୍ର ଦିଲ୍ଲୀରେ ୬୦୦୦ରୁ ଊର୍ଦ୍ଧ୍ୱ ଅକ୍ସିଜେନେଟେଡ୍ ବେଡ୍ ପ୍ରସ୍ତୁତ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ଦିଲ୍ଲୀରେ ୧୦୦ରୁ କମ୍ ‘ଆଇସିୟୁ’ ବେଡ୍, ସାହାଯ୍ୟ ପାଇଁ କେନ୍ଦ୍ରକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ first appeared on Sambad.from କରୋନା | Sambad https://ift.tt/3dpTzTV
0 Comments