
ଭୁବନେଶ୍ୱର: ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବକୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚଳିତବର୍ଷ କୋଭିଡ ଯୋଗୁ ବନ୍ଦ କରି ଦିଆଯାଇଛି। ଦୀର୍ଘ ବର୍ଷ ହେଲା ୬ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ଏହି ମହୋତ୍ସବ ହୋଇ ଆସୁଥିଲା। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ।
ଇଜେଡ୍ସିସି, ଓଡ଼ିଶା ସଂସ୍କୃତ ବିଭାଗ ସହଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ କଳାକାର ନୃତ୍ୟ ପରିବେଷଣ କରୁଥିଲେ। ତେବେ କୋଭିଡ କଟକଣା ଯୋଗୁ ଏଥର ସବୁ କଳାକାରଙ୍କୁ ନଆସିବାକୁ ମନା କରାଯାଇଛି।
କରୋନାକୁ ଆମ ଦେଶ ତଥା ରାଜ୍ୟରୁ ଦୂରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ସଂଯୋଜକ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତେ ସାମଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବାକୁ ନିବେଦନ କରିଥିଲେ।
The post କରୋନା ଯୋଗୁ ଏବର୍ଷ ଲିଙ୍ଗରାଜ ମହୋତ୍ସବକୁ ବନ୍ଦ କଲା ଏକାମ୍ର ସାଂସ୍କୃତିକ ପ୍ରକାଶନୀ first appeared on Sambad.from କରୋନା | Sambad https://ift.tt/3dqBm8M
0 Comments