ଭୁବନେଶ୍ବର:  ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିସିପାଲ କମିସନରଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଟିକାକରଣ ନେଇ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତ୍ତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦିଆଯାଉ । ସେହିଭଳି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ । ଅନ୍ୟପଟେ ଘରୋଇ ହସପିଟାଲରେ ମଧ୍ୟ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ କୁହାଯାଇଛି ।

The post ସବୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଚିଠି, ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତ୍ତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦେବାକୁ ନିର୍ଦ୍ଦେଶ first appeared on Sambad.

from କରୋନା | Sambad https://ift.tt/2RZhnWj