ଭୁବନେଶ୍ବର : ରାଜ୍ୟରେ ଟିକାକରଣ ଅଧିବେଶନ କମି କମି ଚାଲିଛି। ଆଜି ୭୬୯ ଅଧିବେଶନରେ ଟିକାକରଣ ହୋଇଥିବା ବେଳେ ଆସନ୍ତାକାଲି ୫୧୨ ଅଧିବେଶନରେ ଟିକାକରଣ କରାଯିବ। ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରେ କୌଣସ ଅଧିବେଶନ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ୧ଲକ୍ଷ ୮ହଜାର ୯୦୨ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୪୫ବର୍ଷରୁ ଅଧିକ ୬୯,୪୨୦ଜଣଙ୍କୁ ପ୍ରଥମ ଓ ୩୪,୬୭୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୩ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫ଲକ୍ଷ ୫୦ ହଜାର ୩୮୦ଜଣଙ୍କୁ ଟିକା ଦିଆ ସରିଲାଣି।

ଆଜି ସଂଧ୍ୟା ସୁଦ୍ଧା ରାଜ୍ୟରେ ୩ଲକ୍ଷ ୭୮ହଜାର ଶହେ ଡୋଜ୍‌ର ‘କୋଭାକ୍ସିନ୍’ ଓ ୧ଲକ୍ଷ ୫ହଜାର ୩୬୦ ଡୋଜ୍‌ର ‘କୋଭିସିଲ୍‌ଡ’ ମହଜୁଦ ରହିଛି। ଅପରପକ୍ଷରେ ରାଜ୍ୟରେ ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ଦ୍ବିତୀୟ ଡୋଜ୍ ଟିକା ଦେବା ଲାଗି ଗତକାଲି ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

The post ଆଜି କୋରାପୁଟ, ଝାରସୁଗୁଡ଼ାରେ ଟିକାକରଣ ହେବନି first appeared on Sambad.

from କରୋନା | Sambad https://ift.tt/3tP1ShF