
ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଭାରତକୁ ବିଜୟୀ କରିବା ଲାଗି ସହଯୋଗ କରିବା ନିମନ୍ତେ କୁମ୍ଭମେଳାକୁ ‘ପ୍ରତୀକାତ୍ମକ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗରିକମାନଙ୍କୁ ନିବେଦନ କରିଛନ୍ତି।
ହିନ୍ଦୀରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରିଜୀଙ୍କ ସଂଗେ ଆଜି ଫୋନ୍ରେ କଥାବାର୍ତ୍ତା କରିଛି। ସବୁ ସନ୍ଥମାନଙ୍କର ସ୍ୱାସ୍ଥ୍ୟାବସ୍ଥା କଥା ଜାଣିଲି। ସମସ୍ତ ସନ୍ଥ ପ୍ରଶାସନକୁ ସବୁ ପ୍ରକାରର ସହଯୋଗ କରୁଛନ୍ତି। ଏଥିନିମନ୍ତେ ମୁଁ ସନ୍ଥମାନଙ୍କ ପ୍ରତି କୃତଜ୍ଞ।
मैंने प्रार्थना की है कि दो शाही स्नान हो चुके हैं और अब कुंभ को कोरोना के संकट के चलते प्रतीकात्मक ही रखा जाए। इससे इस संकट से लड़ाई को एक ताकत मिलेगी। @AvdheshanandG
— Narendra Modi (@narendramodi) April 17, 2021
ମୋର ବିନୀତ ନିବେଦନ ଦୁଇଟି ଶାହୀ ସ୍ନାନ ସମାପନ ହୋଇସାରିଛି। କରୋନା ସଙ୍କଟ ଚାଲିଥିବାରୁ ଏଥର କୁମ୍ଭକୁ ପ୍ରତୀକାତ୍ମକ ହିଁ ରଖାଯାଉ। ଏହାଦ୍ୱାରା ଏହି ସଙ୍କଟ ସହ ଲଢ଼ିବା ପାଇଁ ଶକ୍ତି ମିଳିବ।
The post ଏଥର କୁମ୍ଭମେଳା ‘ପ୍ରତୀକାତ୍ମକ’ ହେବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from କରୋନା | Sambad https://ift.tt/3e8NEl9
0 Comments