ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।
6. Boudh: 7
7. Cuttack: 140
8. Deogarh: 21
9. Dhenkanal: 1
10. Gajapati: 67
11. Ganjam: 44
12. Jagatsinghpur: 18
13. Jajpur: 76
14. Jharsuguda: 119
15. Kalahandi: 53
16. Kandhamal: 13
17. Kendrapada: 15
18. Keonjhar: 128
19. Khurda: 497
20. Koraput: 18
21. Malkangiri: 4— I & PR Department, Odisha (@IPR_Odisha) April 17, 2021
ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୭ଜଣ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୪୯, ବାଲେଶ୍ୱରରେ ୨୮, ବରଗଡ଼ରେ ୧୫୬, ଭଦ୍ରକରେ ୫୧, ବଲାଙ୍ଗୀର ୯୨, ବୌଦ୍ଧରେ ୭, କଟକରେ ୧୪୦, ଦେବଗଡ଼ରେ ୨୧, ଢେଙ୍କାନାଳରେ ୧, ଗଜପତିରେ ୬୭, ଗଞ୍ଜାମରେ ୪୪, ଜଗତସିଂହପୁରରେ ୧୮, ଯାଜପୁରରେ ୭୬, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୫୩, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୧୨୮, କୋରାପୁଟରେ ୧୮, ମାଲକାନଗିରିରେ ୪, ମୟୂରଭଞ୍ଜରେ ୬୮, ନବରଙ୍ଗପୁରରେ ୯୬, ନୟାଗଡ଼ରେ ୨୯, ନୂଆପଡ଼ାରେ ୩୯୫, ପୁରୀରେ ୧୨୯, ରାୟଗଡ଼ାରେ ୪୪, ସମ୍ବଲପୁରରେ ୧୪୯, ସୋନପୁର ୪, ଓ ଷ୍ଟେଟ୍ ପୁଲରୁ ୧୧୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୪,୫୯୪ ଥିବା ବେଳେ ସୁସ୍ଥ ହେଲେଣି ୩,୪୩,୫୨୨। ରାଜ୍ୟରେ ଏବେ ବି ୧୯୦୭୭ଟି ସକ୍ରିୟ ମାମଲା ରହିଛି।
The post ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୨୩ ସଂକ୍ରମିତ first appeared on Sambad.
from କରୋନା | Sambad https://ift.tt/3ggigEb
0 Comments