ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ଅତି ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ‘ଲକ୍‌ଡାଉନ୍‌’ ବଢ଼ାଇ ଦିଆଯାଇଛି। ତେଣୁ, ଗତ ସପ୍ତାହ ଠାରୁ ଜାରି କରାଯାଇଥିବା କଟକଣା ସବୁ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏ ସଂକ୍ରାନ୍ତରେ ଭର୍ଚ୍ୟୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଲେ, ଭୂତାଣୁ ଦିଲ୍ଲୀରେ ସର୍ବନାଶ କରି ଚାଲିଛି। ଆମେ ଦିଲ୍ଲୀରେ ୬ ଦିନିଆ ‘ଲକ୍‌ଡାଉନ୍‌’ ଲାଗୁ କରିଥିଲୁ। ଉକ୍ତ ‘ଲକ୍‌ଡାଉନ୍‌’ ଆଗାମୀ ସୋମବାର ଭୋର୍‌ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା। ‘ପଜିଟିଭିଟି’ ହାର ହ୍ରାସ ପାଇଥିଲେ ବି, ଦିଲ୍ଲୀରେ ‘ମେଡିକାଲ୍‌ ଅକ୍ସିଜେନ୍‌’ର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି।

Image Courtesy of NDTV

ଦିଲ୍ଲୀରେ ଥିବା ଉନ୍ନତ ହସ୍ପିଟାଲ୍‌ ସବୁ ଅମ୍ଳଜାନ ନିଅଣ୍ଟ ସଂକ୍ରାନ୍ତରେ ‘ଏସ୍‌ଓଏସ୍‌ ମେସେଜ୍‌’ ପଠାଇ ଚାଲିଥିବା ବେଳେ ଗତ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଟୁଇଟ୍‌ କରି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ସେ ଲେଖିଥିଲେ, ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରି ଲେଖୁଛି, ଯଦି କାହା ପାଖରେ ବହକା ଅମ୍ଳଜାନ ଅଛି, ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ।

ଦିଲ୍ଲୀରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ୨୦,୦୦୦ରୁ ଊର୍ଦ୍ଧ୍ବ ଥିବା ବ‌େଳେ ‘ପଜିଟିଭିଟି’ ହାର ମଧ୍ୟ ୩୨% ଭଳି ରହୁଛି। ସଦ୍ୟତମ ସୂଚନା ଅନୁସାରେ, ଦିଲ୍ଲୀରେ ଦୈନିକ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି।

The post କୋଭିଡ୍-୧୯ ସଂକ୍ରମଣ ବଢ଼ିଲାରୁ ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ‘ଲକ୍‌ଡାଉନ୍‌’, ମେ ୩ ପର୍ଯ୍ୟନ୍ତ କଟକଣା first appeared on Sambad.

from କରୋନା | Sambad https://ift.tt/3dONVLl