
ବାଲିପାଟଣା : ବାଲିପାଟଣାସ୍ଥିତ ଶିଶୁଅନନ୍ତ କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତାପସ ରଞ୍ଜନ ରାୟଙ୍କର ଆଜି କରୋନାରେ ଦେହାନ୍ତ ହୋଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ଶ୍ରୀ ରାୟଙ୍କର କିଛି ଦିନ ପୂର୍ବରୁ ଲଗାତାର କାଶ ଲାଗି ରହିଥିଲା। କଲେଜ ଅଧ୍ୟକ୍ଷ ତାଙ୍କୁ କରୋନା ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଅସୁସ୍ଥତା ଦର୍ଶାଇ ସେ ଗତ ୧୧ ତାରିଖରୁ ଛୁଟିରେ ରହିଥିଲେ। କରୋନା ପରୀକ୍ଷା ପରେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ଏହାପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଗତ ୧୮ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ସାଢ଼େ ୭ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ପରଲୋକରେ କଲେଜ ଅଧ୍ୟକ୍ଷ ବୈକୁଣ୍ଠ ନାରାୟଣ ଦାଶ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଆଲୁମିନି କମିଟି ସଭାପତି ଲକ୍ଷ୍ମଣ ପଟ୍ଟନାୟକ ଏବଂ ସଂପାଦକ ସୋମନାଥ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
The post କରୋନା ନେଲା ଅଧ୍ୟାପକଙ୍କ ଜୀବନ first appeared on Sambad.from କରୋନା | Sambad https://ift.tt/2QND0bN
0 Comments