ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ବୁଧବାର ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଜଣେ ବୋଡ଼େନ ବ୍ଲକ୍‌ ଅଞ୍ଚଳର ଏବଂ ଅନ୍ୟଜଣେ ଖଡ଼ିଆଳ ବ୍ଲକ୍‌ର ୬୦ ବର୍ଷିଆ ମହିଳା ବୋଲି ଜଣାପଡ଼ିଛି। ଅନ୍ୟପଟେ ଅଧ୍ୟାପକ ଓ ସାମ୍ବାଦିକ ସହ ୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଖଡ଼ିଆଳ ବ୍ଲକ୍‌ରୁ (୨୩ ଜଣ) ଚିହ୍ନଟ ହୋଇଛନ୍ତି।

ନୂଆପଡ଼ା ମୁଖ୍ୟ ଡାକ୍ତରଖାନରୁ ୧୫ ଜଣ, କୋମନା ବ୍ଲକ୍‌ରୁ ୧୯ଜଣ, ଖରିଆର ରୋଡ୍‌ରୁ ୧୪ ଜଣ, ବୋଡ଼େନ ବ୍ଲକ୍‌ରୁ ୧୬ ଜଣ, ସିନାପାଳି ବ୍ଲକ୍‌ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରରେ ୧୬୦୦ ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୦୩୩ଟି ସକ୍ରିୟ ମାମଲା ରହିଛି ବୋଲି ସୂଚନା ଦିଆଯାଇଛି।

The post ନୂଆପଡ଼ାରେ ପୁଣି ୨ ମୃତ; ଅଧ୍ୟାପକ, ସାମ୍ବାଦିକ ସହ ୯୮ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3tj4Z1h