
ପ୍ୟାରିସ୍: ଶନିବାର ଠାରୁ ୟୁରୋପର ସବୁଠୁ ଅଧିକ ପ୍ରିୟ ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ଅନ୍ୟତମ ‘ଡିଜ୍ନିଲ୍ୟାଣ୍ଡ୍ ପ୍ୟାରିସ୍’ର ‘କନ୍ଭେନ୍ସନ୍ ସେଣ୍ଟର୍’କୁ କୋଭିଡ୍-୧୯ ଗଣ ଟିକାକରଣ କେନ୍ଦ୍ରରେ ପରିଣତ କରାଯିବ।
ଗଣ ଟିକାକରଣ ଅଭିଯାନକୁ ଦ୍ରୁତତର କରିବା ନିମନ୍ତେ ଫ୍ରାନ୍ସ୍ ଯଥାସାଧ୍ୟ ଉଦ୍ୟମ କରୁଥିବା ବେଳେ ଏକଥା ଘୋଷଣା କରାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଭାଗୀଦାରୀରେ ଶନିବାର ଠାରୁ ‘ଡିଜ୍ନିଲ୍ୟାଣ୍ଡ୍ ପ୍ୟାରିସ୍’କୁ ଗଣ ଟିକାକରଣ କେନ୍ଦ୍ରରେ ପରିଣତ କରାଯିବ।
ସୂଚନାଯୋଗ୍ୟ, ପ୍ୟାରିସ୍ର ପୂର୍ବରେ ଅବସ୍ଥିତ ଏହି ପ୍ରମୁଖ ପ୍ରମୋଦ ଉଦ୍ୟାନ ଗତବର୍ଷ ଅକ୍ଟୋବର ୩୦ ତାରିଖରୁ ବନ୍ଦ ରହିଛି। ଫଳରେ ସେଠାରେ ନିୟୋଜିତ ୧୭,୦୦୦ କର୍ମଚାରୀ କାମ ହରାଇଛନ୍ତି। ସେତେବେଳେ ସଂକ୍ରମଣ ଅତି ଦ୍ରୁତ ବେଗରେ ବୃଦ୍ଧି ପାଇବା କାରଣରୁ ଅଣ-ଅତ୍ୟାବଶ୍ୟକ ବ୍ୟବସାୟ ବନ୍ଦ କରିବା ଲାଗି ଆଦେଶ ଦିଆଯାଇଥିଲା।
ଏପ୍ରିଲ୍ ୨ ତାରିଖ ଠାରୁ ‘ଡିଜ୍ନିଲ୍ୟାଣ୍ଡ୍ ପ୍ୟାରିସ୍’କୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରିବା ଲାଗି ଯୋଜନା କରାଯାଇଥିଲା। କିନ୍ତୁ, ପରିସ୍ଥିତି ଜଟିଳ ହେବାରୁ ଏହି ଯୋଜନାକୁ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ।
ମେ’ ମଧ୍ୟ ଭାଗ ବେଳକୁ ୨୦ ନିୟୁତ ବ୍ୟକ୍ତିଙ୍କୁ ଅନ୍ୟୂନ ଗୋଟିଏ ଲେଖାଏଁ କୋଭିଡ୍-୧୯ ଟିକା ଦେବା ପାଇଁ ଫ୍ରାନ୍ସ୍ ଲକ୍ଷ୍ୟ ରଖିଥିବାରୁ ଦୈନିକ ଅନ୍ୟୂନ ୧୦୦୦ ଲୋକଙ୍କୁ ଟିକା ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି।
The post ଗଣ ଟିକାକରଣସ୍ଥଳୀରେ ପରିଣତ ହେବ ‘ଡିଜ୍ନିଲ୍ୟାଣ୍ଡ୍ ପ୍ୟାରିସ୍’ first appeared on Sambad.from କରୋନା | Sambad https://ift.tt/3noY8Br
0 Comments