ଯାଜପୁର: ସାରା ଦେଶରେ କରୋନା ମହାମାରୀ ବ୍ୟାପୀ ଚାଲିଥିବା ବେଳେ ଅକ୍ସିଜେନ ପାଇଁ ଭାଲେଣି ପଡୁଛି। ଅକ୍ସିଜେନ ଅଭାବରୁ ଅନେକଙ୍କ ଜୀବନ ଯାଉଥିବା ବେଳେ ଅନେକ ସଂକଟାପନ୍ନ  ଅବସ୍ଥାରେ ରହୁଛନ୍ତି। ଏହାରି ଭିତରେ  ଓଡ଼ିଶା ସରକାର ସହଯୋଗର ହାତ ବଢ଼ାଇଛନ୍ତି। ଫଳସ୍ବରୂପ ଆଜି ସକାଳୁ  କଡ଼ା ସୁରକ୍ଷା ମଧ୍ୟରେ ଡୁବୁରୀ ଠାରେ ଥିବା ଟାଟା ଷ୍ଟିଲ କାରଖାନା ପକ୍ଷରୁ  ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡ଼ିକୁ  ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ର ପ୍ରଦେଶର  ବିଶାଖାପାଟଣାକୁ ପଠାଯାଇଛି।

ଯାଜପୁର ଏସପି ରାହୁଲ ପିଆରଙ୍କ ନେତୃତ୍ବରେ ପୁଲିସ ବାହିନୀର କଡ଼ା ସୁରକ୍ଷା ମଧ୍ୟରେ କିପରି ରାଜ୍ୟ ସୀମା ପର୍ଯ୍ୟନ୍ତ ଅକ୍ସିଜେନକୁ ପହଞ୍ଚା ଯାଇପାରିବ ସେ ନେଇ ପ୍ରସ୍ତୁତି କରାଯାଇଛି।  ଅନ୍ୟପଟେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ  କଳିଙ୍ଗନଗରର ଟାଟା ଷ୍ଟିଲ  ଦୈନିକ  ୩୦ ମେଟ୍ରିକ ଟନ୍ ଅକ୍ସିଜେନ  ଯୋଗାଇ ଦେବାକୁ ଘୋଷଣା କରାଯାଇଛି।

The post ଯାଜପୁର ଟାଟା ଷ୍ଟିଲରୁ ପୁନେ ଓ ବିଶାଖାପାଟଣାକୁ ଅକ୍ସିଜେନ ଯୋଗାଣ first appeared on Sambad.

from କରୋନା | Sambad https://ift.tt/3etpIJq