
ଏବେ ସମ୍ରେ କେବଳ ୨୨୫ ଶଯ୍ୟା
୧୧୨ ଶଯ୍ୟାରେ ଆକ୍ରାନ୍ତ ଅଛନ୍ତି
ଭୁବନେଶ୍ବର : ସାରା ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ୫ ଦିନରେ ୨୮୧ ଜଣ ଚିହ୍ନଟ ହେଲେଣି। ପ୍ରତିଦିନ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଜି ରାଜଧାନୀରେ ଚଳିତବର୍ଷର ସର୍ବାଧିକ ଆକ୍ରାନ୍ତ ୭୫ଜଣ ଚିହ୍ନଟ ହୋଇଛନ୍ତି। ଅଳ୍ପଦିନ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇପାରେ, ହେଲେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏଯାଏ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା; ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ହସ୍ପିଟାଲ ବନ୍ଦ କରିବାରେ ଲାଗିଛି।
ସାରା ରାଜ୍ୟରୁ କରୋନା ଆକ୍ରାନ୍ତ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଛନ୍ତି। ଏପରିକି ଯେଉଁମାନେ କରୋନା ଆକ୍ରାନ୍ତ ହେବା ପରେ ଗୁରୁତର ହେଉଛନ୍ତି, ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି। ଠିକ୍ ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ଆଦିତ୍ୟ-ଅଶ୍ବିନୀକୁ ବନ୍ଦ କରିଦେଇଛି। ମାର୍ଚ୍ଚ ୩୧ରୁ ଏହି ହସ୍ପିଟାଲ ବନ୍ଦ କରିଦିଆଯାଇଛି। ରାଜଧାନୀରେ କେବଳ ସମ୍ ହସ୍ପିଟାଲରେ ଏବେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଯାଉଛି, ତାହା ପୁଣି ମାତ୍ର ୨୨୫ଟି ଶଯ୍ୟାରେ। ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୮୦ଟି ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ଥିଲା। ଏଥିରେ ୬୦ଟି ସାଧାରଣ ଶଯ୍ୟା, ୫୫ଟି ଆଇସିୟୁ, ୪୦ଟି ଭେଣ୍ଟିଲେଟର୍, ୨୫ଟି ଏଚ୍ଡିୟୁ ଶଯ୍ୟା ଥିଲା। ଏପରିକି ଆଇସିୟୁ ଓ ଏଚ୍ଡିୟୁର ଅଧାରୁ ଅଧିକ ଶଯ୍ୟା ଅଧିକାଂଶ ସମୟରେ ଭର୍ତ୍ତି ରହୁଥିଲା। ଭୁବନେଶ୍ବର ବାହାରର ଏବଂ ରାଜଧାନୀର ବହୁ ଗୁରୁତର ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଥିଲେ। ହେଲେ ଏବେ ଏହି ହସ୍ପିଟାଲ ବନ୍ଦ ହୋଇଯାଇଥିବାରୁ ଆଗକୁ ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା କରିବାରେ ସମସ୍ୟା ଉପୁଜିପାରେ। ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲା, ସେତେବେଳେ ହସ୍ପିଟାଲ ଖୋଲା ଥିଲା। ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଭୁବେନଶ୍ବରରେ ଏପ୍ରିଲରୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ୁଛି। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ କିପରି ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ବନ୍ଦ କଲା, ସେନେଇ ପ୍ରଶ୍ନ ଉଠୁଛି।
ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେଉଁ କୋଭିଡ୍ ହସ୍ପିଟାଲ କେତେ ଦିନ ଚାଲିବ, କେତେ ଶଯ୍ୟା ରହିବ; ସେ ନିଷ୍ପତ୍ତି ସ୍ବାସ୍ଥ୍ୟ ବିଭାଗ ନିଏ। ସ୍ବାସ୍ଥ୍ୟ ବିଭାଗ ଓ ଆଦିତ୍ୟ-ଅଶ୍ବିନୀ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଯାଉଥିଲା। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଉ ଅଧିକ କୋଭିଡ୍ ହସ୍ପିଟାଲ ଖୋଲିବ କି ନାହିଁ, ସମ୍ ହସ୍ପିଟାଲରେ ଶଯ୍ୟା ବଢ଼ିବ କି ନାହିଁ; ସେ ନିଷ୍ପତ୍ତି ସ୍ବାସ୍ଥ୍ୟ ବିଭାଗ ନେବ। ଏଥିରେ ବିଏମ୍ସିର କିଛି ଭୂମିକା ନାହିଁ। ବିଏମ୍ସି କେବଳ ରାଜଧାନୀର ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଇବ।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ ହସ୍ପିଟାଲରେ ଏବେ ସାଧାରଣ ଶଯ୍ୟା ୫୦ଟି ଥିବା ବେଳେ ଏଥିରେ ୪୨ଜଣ ଚିକିତ୍ସିତ ହେଉଛନ୍ତି। ଏଥିରୁ ୩୮ଜଣ ଭୁବନେଶ୍ବରର। ଆଇସିୟୁରେ ୭୫ଟି ଶଯ୍ୟା ଥିବା ବେଳେ ଏଥିରୁ ୪୪ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଥିରେ ଭୁବନେଶ୍ବରର ୪୧ଜଣ ଆକ୍ରାନ୍ତ ଅଛନ୍ତି। ଏଚ୍ଡିୟୁରେ ୨୫ଟି ଶଯ୍ୟା ଥିବା ବେଳେ ୨୩ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସମସ୍ତେ ଭୁବନେଶ୍ବର ବାହାରର। ଭେଣ୍ଟିଲେଟର୍ରେ ୭୫ଟି ଶଯ୍ୟା ଥିବା ବେଳେ ଏଥିରୁ ୩ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସମସ୍ତ ଆକ୍ରାନ୍ତ ରାଜଧାନୀର। ସମ୍ ହସ୍ପିଟାଲରେ ଏବେ ଗୁରୁତର ଆକ୍ରାନ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଅଛି। ସମସ୍ତ ଗୁରୁତର ଆକ୍ରାନ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯିବ।
The post ଆକ୍ରାନ୍ତ ବଢ଼ୁଛନ୍ତି, ହସ୍ପିଟାଲ ବନ୍ଦ କରିଦେଲେ first appeared on Sambad.୫ଦିନରେ ୫୩୭୮ ଜଣଙ୍କର ପରୀକ୍ଷା, ୨୩୫ ପଜିଟିଭ୍
ଭୁବନେଶ୍ବର : ରାଜଧାନୀରେ ଯେପରି ଯଥାସମ୍ଭବ ଶୀଘ୍ର ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ ସେଥିପାଇଁ ବିଏମ୍ସି ପକ୍ଷରୁ କୋଭିଡ ଟେଷ୍ଟିଂ ବଢ଼ାଯାଇଛି। ବିଏମ୍ସି ପକ୍ଷରୁ ଦୈନିକ ୨ହଜାର କୋଭିଡ ପରୀକ୍ଷା କରିବାକୁ ଟାର୍ଗେଟ୍ ରଖାଯାଇଥିଲେ ହେଁ ଏବେ ଦୈନିକ ପରୀକ୍ଷା ସଂଖ୍ୟା ହଜାରେରୁ ୧୨୦୦ ମଧ୍ୟରେ ରହୁଛି। ବିଏମ୍ସିର ସୂଚନା ଅନୁଯାୟୀ ଏପ୍ରିଲ ୪ତାରିଖ ସୁଦ୍ଧା ୫ଦିନରେ ୫୩୭୮ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୨୩୫ ପଜିଟିଭ୍ ବାହାରିଛନ୍ତି। ସେଥିମଧ୍ୟରୁ ମାର୍ଚ୍ଚ ୩୧ରେ ୧୨୮୩ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା। ସେହିପରି ଏପ୍ରିଲ ୧ରେ ୧୦୬୬ ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୫୨ଜଣଙ୍କର, ଏପ୍ରିଲ ୨ରେ ୧୧୦୭ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୪୫ଜଣଙ୍କର, ୩ରେ ୮୫୪ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୭୧ଜଣଙ୍କର, ୪ରେ ୧୦୬୮ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୩୮ଜଣଙ୍କର ପଜିଟିଭ୍ ବାହାରିଛି।
from କରୋନା | Sambad https://ift.tt/2R0T35U
0 Comments