
ଭୁବନେଶ୍ବର : ବିଏମ୍ସି ହସ୍ପିଟାଲର କୋଭିଡ୍ ପରୀକ୍ଷା କେନ୍ଦ୍ର ଓ ଟିକାଦାନ କେନ୍ଦ୍ରରେ ହେଉଥିବା ଅସମ୍ଭାଳ ଭିଡ଼କୁ ଦେଖି ଲୋକଙ୍କ ଭିତରେ ଭୟ ଖେଳିଗଲାଣି। ପ୍ରବଳ ଭିଡ ଯୋଗୁଁ ଏଠାରେ କରୋନା ସଂକ୍ରମଣ ହେବା ଆଶଙ୍କା ଥିବାରୁ ଲୋକେ ଏହି ଦୁଇ କେନ୍ଦ୍ରକୁ ପୃଥକ କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ବିଏମ୍ସି ହସ୍ପିଟାଲର କୋଭିଡ଼୍ ପରୀକ୍ଷା କେନ୍ଦ୍ର ନିକଟରେ ରହିଛି ଟିକାକରଣ କେନ୍ଦ୍ର। ଏଠାରେ ପ୍ରତିଦିନ ତିନି ଶହରୁ ଚାରି ଶହ ଲୋକଙ୍କୁ ଟିକା ଦିଆଯାଉଛି। ସେହିଭଳି ପ୍ରତିଦିନ ୫୦ରୁ ଅଧିକ ଲୋକଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଉଛି। ଟିକା ନେବାକୁ ଆସିଥିବା ବ୍ୟକ୍ତିମାନେ ଲମ୍ବା ଲାଇନରେ ଠିଆ ହୋଇ ଅପେକ୍ଷା କରୁଛନ୍ତି। ଟିକା ପାଇଁ ଅପେକ୍ଷା କରିଥିବା ଏହି ଲୋକଙ୍କ ଭିତରେ କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ବହୁ ସମୟରେ ହେଉନାହିଁ। ବେଳେବେଳେ କୋଭିଡ୍ ପରୀକ୍ଷା କରାଇବା ପାଇଁ ଆସିଥିବା ଲୋକେ ଟିକା ଲାଇନ୍କୁ ଚାଲି ଆସୁଛନ୍ତି। ଫଳରେ ଏଥିରୁ କରୋନା ସଂକ୍ରମଣ ବ୍ୟାପିବା ଭୟ ରହିଛି। ତେଣୁ ଏହି ଦୁଇ ଲାଇନ୍କୁ ତୁରନ୍ତ ପୃଥକ କରିବାକୁ ଦାବି ହେଉଛି।
The post କୋଭିଡ୍ ପରୀକ୍ଷା ଓ ଟିକା କେନ୍ଦ୍ରରେ ଭିଡ଼ first appeared on Sambad.କରୋନା ମୃତ୍ୟୁ ସନ୍ଦେହ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ନିଆ ଯାଉଥିବା ଜଣେ ରୋଗୀ ରାସ୍ତାରେ ପ୍ରାଣ ହରାଇଛନ୍ତି। ମୃତକ ଜଣେ କରୋନା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି। ତେବେ ହସ୍ପିଟାଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ମୃତକଙ୍କ ଘର ପୁରୁଣା ଭୁବନେଶ୍ବର ଅଞ୍ଚଳର। ସେ କିଛି ଦିନ ହେବ ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ। ଆଜି ତାଙ୍କ ଅବସ୍ଥା ସଂଗିନ୍ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ହସ୍ପିଟାଲରେ ପହଞ୍ଚି ଯାଇଥିବାରୁ ମୃତକଙ୍କ କରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥବା ଜଣାପଡ଼ିଛି। ବିଏମ୍ସି ପକ୍ଷରୁ ମୃତଦେହକୁ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି।
from କରୋନା | Sambad https://ift.tt/32THtfF
0 Comments