
ଚନ୍ଦ୍ରଶେଖରପୁର : ଟିକାକରଣକୁ କେନ୍ଦ୍ର କରି ଆଜି ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଟିକା ନେବାକୁ ଆସିଥିବା ଲୋକ ସାମାଜିକ ଦୂରତା ରକ୍ଷା ନ କରି ଭିଡ଼ କରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ବାରଣ ମାନି ନଥିଲେ। ତେଣୁ ବାଧ୍ୟ ହୋଇ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସ୍ର ସହଯୋଗ ଲୋଡ଼ିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶୃଙ୍ଖଳା ରକ୍ଷା କରିବା ପରେ ସୁରୁଖୁରୁରେ ଟିକାଦାନ ହୋଇଥିଲା।
ଅପରପକ୍ଷେ କିଛି ବରିଷ୍ଠ ନାଗରିକ ଟିକାକରଣକୁ ନେଇ ପ୍ରଶ୍ନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଘଣ୍ଟାଘଣ୍ଟା ଧରି ସେମାନେ ଖରାରେ ଲାଇନ୍ ଲଗାଇଲେ ମଧ୍ୟ ଟିକା ମିଳିବାରେ ବିଳମ୍ବ ହେଉଛି। ସେହିପରି ଟୋଲ୍- ଫ୍ରି ନମ୍ବର କେହି ଉଠାଉ ନାହାନ୍ତି। ଆପ୍ ଯୋଗେ ପଞ୍ଜୀକରଣ କଲେ ମଧ୍ୟ ତାହା ଠିକ୍ ଭାବେ ହୋଇପାରୁ ନାହିଁ।
The post ନୀଳାଦ୍ରିବିହାର ଟିକାକରଣ କେନ୍ଦ୍ରରେ ଉତ୍ତେଜନା first appeared on Sambad.from କରୋନା | Sambad https://ift.tt/3t2Y5Mv
0 Comments