
ନୂଆଦିଲ୍ଲୀ: ପଂଜାବରେ ସଂକ୍ରମଣ ହଠାତ୍ ବଢ଼ିଯିବାରୁ କେନ୍ଦ୍ର ସରକାର ଆଜି ପଂଜାବ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେଠାରେ ଯଥେଷ୍ଟ ସଂଖ୍ୟାରେ କରୋନା ଟେଷ୍ଟ୍ ହେଉନାହିଁ କି ସରକାର ସଂକ୍ରମିତ ରୋଗୀମାନଙ୍କୁ ପୃଥକ୍ ଭାବେ ରଖିବାରେ ସଫଳ ହେଉନାହାନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ପଂଜାବରେ ଏବେ ୨୪,୧୪୩ ସକ୍ରିୟ ମାମଲା ରହିଛି। ଗତ ଫେବ୍ରୁଆରିରେ ହାରାହାରି ଦୈନିକ ସଂକ୍ରମଣ ୨୪୦ ରହୁଥିଲା। ଏହା ଏବେ ୨,୭୪୨କୁ ବୃଦ୍ଧି ପାଇଛି। ଏଥିରୁ ଜଣାପଡ଼ୁଛି ଯେ, ଠିକ୍ କରୋନା ଟେଷ୍ଟ୍ ହେଉନାହିଁ ବୋଲି ସେ କହିଛନ୍ତି।
The post ପଂଜାବ ସରକାରଙ୍କ ଉପରେ ବର୍ଷିଲା କେନ୍ଦ୍ର, କରୋନା ନିୟନ୍ତ୍ରଣ ଦିଗରେ ଠିକ୍ ପଦକ୍ଷେପ ନିଆଯାଉନି first appeared on Sambad.from କରୋନା | Sambad https://ift.tt/2PMi9Vq
0 Comments