ପାଲଲହଡ଼ାର ବଡ଼ଝାର ଗାଁରେ ୨୪ ଜଣ କରୋନା ପିଜିଟିଭ 

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବଡ଼ଝାର ଗାଁରେ ଆଜି ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିନକରେ ଏତେ ସଂଖ୍ୟାରେ ଲୋକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ ସୁପାରିସ୍‌ କରାଯାଇଛି।

ସୂଚନା ଅନୁସାରେ ପାଲଲହଡ଼ା ଟାଉନ ଠାରୁ ମାତ୍ର ୨ କିମି ଦୂରରେ ଥିବା ଇଶ୍ୱରାନଗର ପଞ୍ଚାୟତର ବଡ଼ଝାର ଗାଁରେ ୨୪ ଜଣ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିବା ସହ ପ୍ରଶାସନ ତରଫରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେଇଛି । ପାଲଲହଡ଼ା ଉପଜିଲ୍ଲାପାଳ ଅଜିତ୍ କୁମାର ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ବଡ଼ଝାର ଗାଁରେ ୨ ଜଣ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ସଂଗରୋଧରେ ରଖାଯାଇଥିଲା।  ଏହି ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି।

ଆଜି ୨୪ ଜଣ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପାଲଲହଡ଼ା ଉପଖଣ୍ଡ ପ୍ରଶାସନ ଓ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବ ସହ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେଇଛି। ଗାଁ ମୁହଁରେ ବାଉଁଶ ବାନ୍ଧି ପ୍ରଶାସନ ପକ୍ଷରୁ ଆଜି ରାତି ୯ ଟାରେ ବାରିକେଡ କରାଯାଇଛି । ବାହାର ଲୋକଙ୍କୁ ଗାଁ ଭିତରକୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଗାଁ ଲୋକ ଯେମିତି ବାହାରକୁ ଆସି ପାରିବେ ନାହିଁ, ତାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଆଇଆଇସି କିଶୋର କୁମାର ସାମଲ ଏବଂ ଏ ଏସ୍ ଆଇ ରାଜକିଶୋର ବିଶ୍ଵାଳ ଗାଁକୁ ଯାଇ ପ୍ରତିଷେଧକ ବ୍ୟବସ୍ଥା କରିବା ସହ ଡାକ୍ତରୀ ଦଳ, ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିମାନଙ୍କୁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

The post ପାଲଲହଡ଼ାର ବଡ଼ଝାର ଗାଁରେ ୨୪ ଜଣ କରୋନା ପିଜିଟିଭ  first appeared on Sambad.

from କରୋନା | Sambad https://ift.tt/2QJixVi

Post a Comment

0 Comments